ଖସୁଛି ନବୀନଙ୍କ ଲୋକପ୍ରିୟତା !

 ‘ଇଣ୍ଡିଆ ଟୁଡେ’ର ସର୍ଭେ ଅନୁସାରେ ଗୋଟିଏ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ରାଜ୍ୟର 78.1 % ଲୋକ ପସନ୍ଦ କରିଥିବାବେଳେ ଏବେ ତାହା 61.3%କୁ ଖସିଯାଇଛି। ଅର୍ଥାତ୍ ବର୍ଷକ ଭିତରେ ଏହା 16.8% ପ୍ରତିଶତ ଖସିଯାଇଛି।

Manoj Swain
  • Published: Sunday, 27 August 2023
  • Updated: 27 August 2023, 12:24 PM IST

ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ସର୍ଭେ ରିପୋର୍ଟକୁ ଖୁବ୍ ଗୁରୁତ୍ୱର ସହ ନେଇଥାଏ ଶାସକ ଦଳ ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ବୋଲି ରିପୋର୍ଟ ଆସିଲେ ତା’ର ବହୁତ ପ୍ରଚାର କରେ। ହେଲେ ଏବେ ସେହି ‘ଇଣ୍ଡିଆ ଟୁଡେ’ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଖୁବ ଜୋରରେ କମୁଥିବାରୁ ଏହା ଏକ ଚିନ୍ତାଜନକ ଧାରା ବୋଲି ଦର୍ଶାଇଛି । ‘ଇଣ୍ଡିଆ ଟୁଡେ’ର ସର୍ଭେ ଅନୁସାରେ ଗୋଟିଏ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ରାଜ୍ୟର 78.1 % ଲୋକ ପସନ୍ଦ କରିଥିବାବେଳେ ଏବେ ତାହା 61.3%କୁ ଖସିଯାଇଛି। ଅର୍ଥାତ୍ ବର୍ଷକ ଭିତରେ ଏହା 16.8% ପ୍ରତିଶତ ଖସିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos