Advertisment

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଆଜି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଯାଇଥିଲେ। ନିର୍ବାଚନୀ ସଭାରେ ପ୍ରଚାର ପରେ ନିର୍ଦ୍ଧାରିତ ସମୟରେ ଖଡ଼ିଆଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ।

ଅଦ୍ୟତନ ହୋଇଛି
undefined

Naveen Pattnayak

Advertisment

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯେଉଁଥିପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ଅବତରଣ କରିଛି। କାଳବୈଶାଖୀ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିନଥିବା ଜଣାପଡ଼ିଛି।

Advertisment

ଆଜି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଯାଇଥିଲେ। ନିର୍ବାଚନୀ ସଭାରେ ପ୍ରଚାର ପରେ ନିର୍ଦ୍ଧାରିତ ସମୟରେ ଖଡ଼ିଆଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ପ୍ରାୟ ୩ଟାରୁ ସାଢ଼େ ୩ଟା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାପୋର୍ଟର ଆକାଶ ମାର୍ଗରେ ପହଞ୍ଚିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଠିକ୍‌ ସେହି ସମୟରେ କାଳବୈଶାଖୀ ପବନ ହୋଇଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇ ପାରିନଥିଲା। ଘଣ୍ଟାଏରୁ ଅଧିକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱରର ଆକାଶ ମାର୍ଗରେ ଚକ୍କର କାଟିଥିଲା। ପରେ ହେଲିକପ୍ଟରଟି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ଅବତରଣ କରିଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ପ୍ରାୟ ୨୦ ମିନିଟ୍‌ ଧରି ରହିଥିଲା। ଭୁବନେଶ୍ୱରରେ ପାଗ ସୁଧୁରିବା ପରେ ଝାରସୁଗୁଡ଼ାରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଟେକ୍‌ଅପ୍‌ କରିଛି। ଆଉ କିଛି ସମୟ ପରେ ଅବତରଣ କରିବ ବୋଲି ଜଣାପଡ଼ିଛି।

Advertisment

କାଳବୈଶାଖୀ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ପବନ ବେଗ ଥିଲା ୮୦ କିମି। ପବନ ବେଗ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଦିନ ୩ଟା ୩୧ରୁ ୩ଟା ୩୪ ମଧ୍ୟରେ ପବନ ବେଗ ଥିଲା ୮୦ କିମି ରହିଥିଲା। 

Bhubaneswar BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe