୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂଦେଓ। ରାଜ୍ୟରେ
ବିଜେପି ସରକାର କରିବା ପରେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରେ ଏହା ସମସ୍ତଙ୍କ ପ୍ରଥମ ଦିଲ୍ଲୀ ଗସ୍ତ।
Also Read
ଆଜି ମଧ୍ୟାହ୍ନ ଗୋଟାଏରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ଼ହିପରି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀ ଭେଟି ରାଜ୍ୟ ପ୍ରସଙ୍ଗରେ ଆଲୋଚନା କରିବା ସହ ରଥଯାତ୍ରାକୁ ନିମନ୍ତ୍ରଣ କରିବାର ସୂଚନା ରହିଛି। ଏଥିସହ ସେମାନେ ବିଜେପିର କିଛି ଶୀର୍ଷ ନେତୃତ୍ୱଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।
ଏଥିସହ ରାଜ୍ୟ ପାଇଁ ଆଗାମୀ ଶହେ ଦିନର ରୋଡ ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏନେଇ ମୋହନ ମାଝୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଶଶୀ ଥରୁରଙ୍କ ମନ! ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା
ସର୍ଭେରେ କୁହାଯାଇଛି ଯେ ରାଜ୍ୟର ୬୨% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ବଦଳାଇବାକୁ ମନସ୍ଥ କରିଛନ୍ତି। କେବଳ ୨୩% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ପୁନଃନିର୍ବାଚିତ କରିବାକୁ ଚାହୁଁଛନ୍ତି।

Politics
ବିଜେଡି ଛାଡ଼ି କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ।

Politics
ଜେଲ୍ରୁ ବାହାରିବା ପରେ ଓଏଏସ୍ ଅଫିସରଙ୍କୁ ନେଇ କ’ଣ କହିଲେ ବିଜେପି ନେତା ଜଗା ପ୍ରଧାନ
ଜେଲରୁ ବାହାରିବା ପରେ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ ଜଗନ୍ନାଥ। ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଥିଲେ।

Politics
ଦିଶାହୀନ ବିଜେଡି: ଦେବୀଙ୍କ ଅପାରଗତା, ସମ୍ଭାଳି ପାରୁନାହାନ୍ତି ଦଳ, ହଜିଯାଉଛି ପ୍ରମୁଖ ପ୍ରସଙ୍ଗ
ସାଧାରଣ ନିର୍ବାଚନରେ ପରାଜିତ ହେବା ପରଠୁ ବିଜେଡି ସଂଗଠନ କ୍ରମାଗତ ଭାବେ ଲୋକମାନଙ୍କ ସମସ୍ୟାଠୁ ଦୂରେଇ ଯିବାରେ ଲାଗିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାରମ୍ବାର ସ୍ପଷ୍ଟୀକରଣ ସତ୍ତ୍ୱେ ଦଳୀୟ ବ୍ୟାପାରରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନିଜର ଏକଛତ୍ରବାଦୀ ଜାହିର କରିବାରେ ସକ୍ଷମ ହେଉଥିବା ଜଣାପଡ଼ିଛି । ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ହେଉ ଅବା ଦଳୀୟ କର୍ମକର୍ତ୍ତା ଚୟନରେ ପାଣ୍ଡିଆନ ନିଜର ପତିଆରା ଦେଖାଇଥିବାବେଳେ ଏବେ ପରୋକ୍ଷରେ ତାଙ୍କ ନିର୍ଦ୍ଦେଶରେ ହିଁ ବିଜେଡି ସଂଗଠନ ପରିଚାଳିତ ହେଉଥିବା ବିଜେଡି ସୂତ୍ରରୁୁ ସୂଚନା ମିଳିଛି ।

Politics
ପ୍ରକାଶ ମିଶ୍ର ବାଛିଲେ ନିଜ ଟିମ୍ : ସୁଦୃଢ଼ ହେବ ସ୍ୱତନ୍ତ୍ର ଗୁଇନ୍ଦା ୱିଙ୍ଗ୍, ନଜରରେ ରହିବେ ବହୁ ନେତା-ମନ୍ତ୍ରୀ-ଅଫିସର
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର ଏବେ 'ସ୍ବତନ୍ତ୍ର ଗୁଇନ୍ଦା ବ୍ୟବସ୍ଥା'କୁ ଅଧିକ କ୍ରିୟାଶୀଳ କରିବାକୁ ନିଜର ପସନ୍ଦର ଅଫିସରଙ୍କ ଟିମ୍ ଚୟନ କରିଛନ୍ତି। ସଞ୍ଜିବ ପଣ୍ଡା ଓ ଅଖିଳେଶ୍ବରଙ୍କୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଯଦିଓ ଗୁଇନ୍ଦା ଡିଜି ଭାବେ ଆରପି କୋଚେ ଦକ୍ଷତାର ସହ କାର୍ଯ୍ୟ ତୁଲାଉଛନ୍ତି। କିନ୍ତୁ ତାଙ୍କୁ ଚେକ୍ ଦେବା ପାଇଁ ଏଭଳି ଅଦଳବଦଳ କରାଯାଇଥିବା ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି।