Advertisment

ବାଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଇନଭେଷ୍ଟର୍ସ ମିଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ତୃତୀୟ ସଂସ୍କରଣରେ ସାମିଲ ହେବାକୁ ନିବେଶକଙ୍କୁ ଆମନ୍ତ୍ରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଙ୍ଗାଲୁରୁ ଗସ୍ତ କରିଛନ୍ତି । ଆସନ୍ତାକାଲି ହୋଟେଲ ତାଜ୍ ୱେଷ୍ଟ ଏଣ୍ଟରେ ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ, କର୍ପୋରେଟ୍ ପ୍ରତିନିଧି ଓ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇରେ […]

ଅଦ୍ୟତନ ହୋଇଛି
ଆଜି ମୂୟରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

cm-naveen-patnaik-

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ତୃତୀୟ ସଂସ୍କରଣରେ ସାମିଲ ହେବାକୁ ନିବେଶକଙ୍କୁ ଆମନ୍ତ୍ରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଙ୍ଗାଲୁରୁ ଗସ୍ତ କରିଛନ୍ତି । ଆସନ୍ତାକାଲି ହୋଟେଲ ତାଜ୍ ୱେଷ୍ଟ ଏଣ୍ଟରେ ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ, କର୍ପୋରେଟ୍ ପ୍ରତିନିଧି ଓ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇରେ ଅନୁରୂପ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ନିବେଶକମାନଙ୍କୁ ଓଡ଼ିଶା ଆମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ବାଙ୍ଗାଲୁରୁରେ ପହଂଚିବା ପରେ ୱିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ୍ ପ୍ରେମଜୀ ଓ ଅନ୍ୟ କିଛି ଶିଳ୍ପପତିଙ୍କ ସହ ବୈଠକ କରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ବାଙ୍ଗାଲୁରୁ ଗସ୍ତ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଙ୍ଗାଲୁରୁରେ ଅଜିମ୍ ପ୍ରେମଜୀଙ୍କ ସମେତ ଗୋଲଡେନ୍ ହାଚେରୀ ପ୍ରତିଷ୍ଠାତା ସୟେଦ ଫହଦ, ୯୧ ସ୍ପ୍ରିଙ୍ଗବୋର୍ଡର ସହ ପ୍ରତିଷ୍ଠାତା ବରୁଣ ଚାୱଲା ଓ ପ୍ରଣୟ ଗୁପ୍ତା, ଡୋଡଲା ଡାଏରୀ ନିର୍ଦ୍ଦେଶକ ଏଏମଏସ୍ ରେଡ୍ଡୀ, ନନ୍ଦୀ ପାୱାଟ୍ରୋନିକ ପରିଚାଳନା ନିର୍ଦ୍ଦେଶକ ଏଚ ଏନ୍ ରାମକ୍ରିଷ୍ଣା, ନେଷ୍ଟୱେ ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦ୍ର ସାହୁ, ମେର୍ଲିନହଙ୍କ୍ ଏରୋସ୍ପେସ୍ ଲିଃ ନିର୍ଦ୍ଦେଶକ ଜାବି ଜୋସେଫ ଆଣ୍ଡ୍ରୋର୍ଥ, ଏମଭିଏମ୍ ଇଣ୍ଡଷ୍ଟ୍ରିଜ ପ୍ରତିଷ୍ଠାତା ନନ୍ଦ ଭେଙ୍କଟରାଓ, ଶର୍ବାଣୀ ଏନର୍ଜି ଲିଃ ପରିଚାଳନା ନିର୍ଦ୍ଦେଶକ ଏନ୍ ପ୍ରଶାନ୍ତ ରାଓ ପ୍ରମୁଖଙ୍କୁ ସାକ୍ଷାତ କରି ଓନିଶାରେ ନିବେଶ ଓ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବା ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।

ସେହିପରି ଆସନ୍ତାକାଲି ଇନଭେଷ୍ଟର୍ସ ମିଟକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଏହି ଇନଭେଷ୍ଟର୍ସ ମିଟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ କୁମାର ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶା ପରିଚାଳନା ଅଧ୍ୟକ୍ଷ ଓମକାର ରାଏ ପ୍ରମୁଖ ବାଙ୍ଗାଲୁରୁ ଗସ୍ତରେ ଅଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe