Advertisment

କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ ପଟ୍ଟନାୟକ

୨୦୧୯ ନିର୍ବାଚନରେ  ନବୀନ ପଶ୍ଚିମ ଓଡ଼ିଶାର ବିଜେପୁରରୁ ଲଢ଼ିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ବିଜେଡି ଆଜି ତାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢ଼ିବା ନେଇ ଘୋଷଣା କରିବା ପରେ ରାଜ୍ୟରେ ସାଧାରଣ ନିର୍ବାଚନ ପରେ ଆଉ ଏକ ଉପନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ନବୀନଙ୍କୁ ଜିତାଇବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ କଣ୍ଟାବାଞ୍ଜିରେ ତାଙ୍କର ବିଜୟ ସମ୍ଭାବନା ଅଧିକ ରହିଛି। ପଶ୍ଚିମ ଓଡ଼ିଶା ଭୋଟକୁ ହାତେଇବା ପାଇଁ ବିଜେଡି ଏହି ରଣନୀତି ପ୍ରସ୍ତୁତ କରିଛି। ଦଳର ଜଣେ ଆଗ ଧାଡ଼ିର ନେତ୍ରୀଙ୍କୁ ସେଠାରେ ଥଇଥାନ କରିବା ପାଇଁ ବିଜେଡି ଏହି କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି। 

Advertisment

୨୦୧୯ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ପରେ ବିଜେପୁର ଛାଡ଼ିବାରୁ ସେଠାରେ ରୀତା ସାହୁ ଦଳୀୟ ପ୍ରାର୍ଥୀ ହୋଇ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ସମାନ ଢଙ୍ଗରେ ଜଣେ ଦଳୀୟ ନେତ୍ରୀଙ୍କୁ ଆଖି ଆଗରେ ରଖି ବିଜେଡି ଏହି  କାର୍ଡ ଖେଳିଛି। 

କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ଲଢ଼ିପାରନ୍ତି ବୋଲି କିଛିଦିନ ତଳେ ଚର୍ଚ୍ଚା ହେଉଥିଲା। କଣ୍ଟାବାଞ୍ଜିରୁ ନବୀନ ପ୍ରାର୍ଥୀ ହୋଇ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। 

Advertisment

ଅନ୍ୟପକ୍ଷରେ କିଛି ଦିନ ତଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହା ସହ ଦଳ ତାଙ୍କୁ  କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରିବ ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା। ଗଣିତ ନ ଛିଡ଼ିବାରୁ ସନ୍ତୋଷ ସିଂହ ସାଲୁଜା ବିଜେଡିରେ ସାମିଲ ହୋଇନଥିଲେ। ଏସବୁ ଭିତରେ ନବୀନ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି।

BjD Cmo Of Odisha