Advertisment

ଅଙ୍ଗୁଳି ଦେଖାଇଲେ ବିରୋଧୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଟାୟାଡ୍ ଅଫିସରଙ୍କ କ୍ଲବ୍ ପାଲଟିଛି

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଏବେ ଅବସରପ୍ରାପ୍ତ ଲୋକମାନଙ୍କର ଏକ ଅବସର ବିନୋଦନ କେନ୍ଦ୍ର ପାଲଟିଛି।

ଅଦ୍ୟତନ ହୋଇଛି
representational image

representational image

Advertisment

ରିଟାୟାର୍ଡ ଅଫିସରଙ୍କ ପୁନଃ ନିଯୁକ୍ତିକୁ ନେଇ ବିବାଦ। ହୁଲସ୍ତୁଲ ବିଧାନସଭା। ହୋହଲ୍ଲା, ପାଟିତୁଣ୍ଡରେ କଂପିଲା ଗୃହ। ଶୂନ୍ୟକାଳରେ ମୁହାଁମୁହିଁ ବିଜେପି-ବଜେଡି। ଗତକାଲି ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି ରହିଥିବା ଅଫିସରଙ୍କୁ ଟାର୍ଗେଟ୍ କରିବା ପରେ, ଆଜି ରିଟାୟାର୍ଡ ଅଫିସରଙ୍କ ପୁନଃ ନିଯୁକ୍ତି ପ୍ରସଙ୍ଗକୁ ନେଇ ଶୂନ୍ୟକାଳରେ ଗର୍ଜିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଅସିତ୍ ତ୍ରିପାଠୀ, ଆର୍. ବାଲକ୍ରିଷ୍ଣନ୍, ପି.କେ ମହାପାତ୍ର, ଗୋପବନ୍ଧୁ ଦାସ, ଉପେନ୍ଦ୍ର ତ୍ରିପାଠୀଙ୍କ ଭଳି ବହୁ ଅଫିସରଙ୍କ ନାଁ ନେଇ ଅବସର ପରେ ବି ଏମାନଙ୍କୁ ସିଏମ୍ଓରେ ପୁନଃନିଯୁକ୍ତି ମିଳୁଥିବାର ଅଭିଯୋଗ କରିଥିଲେ। ଏପରିକି ମନୋଜ ମିଶ୍ର ଇସ୍ତଫା ଦେବା ପରେ ମଧ୍ୟ ତାଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଟାୟାଡ୍ ଅଫିସରଙ୍କ କ୍ଲବ୍ ପାଲଟିଲାଣି। ଏହା କ'ଣ ଫାଇଭ୍ ଟି’ ଓ ମୋ ସରକାର କି ବୋଲି ପ୍ରଶ୍ନ କରିଥିଲେ ଜୟନରାୟଣ। ଯାହାର ତୀବ୍ର ବିରୋଧ କରି ଜୟନାରାୟଣଙ୍କୁ ଘେରିଯାଇଥିଲା ବିଜେଡି। ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସରେ କଣ ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତି ପାଇ ନାହାଁନ୍ତି କି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ। ଧର୍ମେନ୍ଦ୍ରଙ୍କ ସହ ଜୟନାରାୟଣଙ୍କର ବୋଧେ କଳି ଅଛି ତେଣୁ ତାଙ୍କୁ ଅକଳରେ ପକାଇବାକୁ ଜୟନାରାୟଣ ଚେଷ୍ଟା କରୁଥିବା କହି କଟାକ୍ଷ କରିଥିଲେ ଅରୁଣ। ତେବେ ଜୟନରାୟଣଙ୍କୁ ବିଜେଡିର ଏଭଳି ବ୍ୟକ୍ତିଗତ ଆକ୍ଷେପ ପରେ ତାତିଥିଲା ବିଜେପି। ବିଜେପିର ସଦସ୍ୟମାନେ ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ବିଜେଡି ସଦସ୍ୟମାନେ ମଧ୍ୟ ନିଜ ସ୍ଥାନରେ ଛିଡ଼ା ହୋଇ ପାଟିତୁଣ୍ଡ କରିଥିଲେ। ଫଳରେ ଗୃହକୁ ମୁଲତବି କରିବାକୁ ପଡିଥିଲା।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଏବେ ଅବସରପ୍ରାପ୍ତ ଲୋକମାନଙ୍କର ଏକ ଅବସର ବିନୋଦନ କେନ୍ଦ୍ର ପାଲଟିଛି। ଯେଉଁମାନେ ଦିନେ ସିଏମ୍‌ଙ୍କ ଅଧସ୍ଥନ କର୍ମଚାରୀ ଥିଲେ ସେମାନେ କିପରି ତାଙ୍କର ଉପଦେଷ୍ଠା ହୋଇଯାଇପାରିବେ। ଏସରକାର କିଏ ଚଲାଉଛି ଓ କେମିତି ଚାଲୁଛି ? କିଏ ମାଲିକ ଏ ସରକାରର?

Advertisment

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖାଇଲେ ଚାରୋଟି ଆଙ୍ଗୁଳି ନିଜ ଆଡକୁ ଯିବ। ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅବସ୍ଥା ବିଜେପି ଶାସିତ ରାଜ୍ୟର ସରକାରଙ୍କ ଦପ୍ତରରେ ଦକ୍ଷତା ଥିବା ଅବସରପ୍ରାପ୍ତ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।

ତେବେ ଏଠି ପ୍ରଶ୍ନ ଅବସରପ୍ରାପ୍ତ ଅଫିସରଙ୍କୁ ପୁନଃ ନିଯୁକ୍ତି ପଛର କାରଣ କଣ ? ଆଉ କେହି ଦକ୍ଷ ଅଫିସର ନାହାନ୍ତି ନା ଏମାନଙ୍କ ଦ୍ୱାରା ସ୍ୱାର୍ଥ ହାସଲ ହୋଇ ପାରୁଥିବାରୁ ଏଭଳି ନିଯୁକ୍ତି। ରିଟାୟାର୍ଡ ଅଫିସଙ୍କ ନିଯୁକ୍ତି ସହ ଅନ୍ୟ ଅଫିସରଙ୍କ କ୍ଷମତାକୁ ଜାଣିଶୁଣି ସଙ୍କୁଚିତ କରାଯାଉନି ତ ? ଏଭଳି ନାନା ପ୍ରଶ୍ନକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି।

ପୂର୍ବତନ ମୁଖ୍ୟଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଦିନ ଥିଲା ନବୀନ ପଟ୍ଟନାୟକ କୌଣସି ଅଧିକାରୀଙ୍କ କାର୍ଯ୍ୟକାଳ ସମୟ ସୀମା ବଢ଼ାଉ ନ ଥିଲେ। ହେଲେ ଏବେ ଅବସର କାର୍ଯ୍ୟଚାରୀଙ୍କ କାର୍ଯ୍ୟକାଳ ଅବଧି ବଢ଼ାଉଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ପଦପଦବୀରେ ଅଫିସରମାନେ କାମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଦପ୍ତରରେ ଏତେଗୁଡ଼ାଏ ଅବସରପ୍ରାପ୍ତ କର୍ମଚାରୀଙ୍କୁ ରଖିବାର କ’ଣ ଆବଶ୍ୟକତା ରହିଛି? ତାହାର ତ କିଛି ଅର୍ଥ ଜଣାପଡ଼ୁନି।

ଗୃହରେ ପ୍ରତିଥର ନୂଆ ନୂଆ ପ୍ରସଙ୍ଗକୁ ସାମ୍ନାକୁ ଆଣି ସରକାରଙ୍କୁ ଘେରୁଛି ବିଜେପି। ଅଫିସର ନିଯୁକ୍ତି ପ୍ରସଙ୍ଗକୁ ନେଇ ଟାର୍ଗେଟ୍ ପରେ ଆଗକୁ ବିଜେପିର କେଉଁ ପ୍ରସଙ୍ଗ ସରକାରଙ୍କୁ ଅକଳରେ ପକାଉଛି ଏବେ ତା ଉପରେ ନଜର।

Odisha Politics Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe