Advertisment

କୋରାପୁଟ କଂଗ୍ରେସ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା!

କୋରାପୁଟ ଲୋକସଭା ସମେତ ଗୁଣପୁର, ବିଷମ କଟକ ଓ ଜୟପୁରରେ ଦଳୀୟ ଅସନ୍ତୁଷ୍ଟମାନେ ନାମାଙ୍କନ ଦାଖଲ କରିଛନ୍ତି।

author-image
Manoranjan Sial
undefined

Congress

କୋରାପୁଟ କଂଗ୍ରେସରେ କନ୍ଦଳ! ଫାଳ ଫାଳ ହେଇଯାଇଛି କି କୋରାପୁଟ୍‌ କଂଗ୍ରେସ? ଦଳ ଯାହାକୁ ଟିକେଟ ଦେଉଛି, ତାଙ୍କୁ ବିରୋଧ କରି ଏକାଧିକ ପ୍ରାର୍ଥୀ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରୁଛନ୍ତି। କାହିଁକି ଶୀର୍ଷ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିପାରୁନାହାଁନ୍ତି ନେତା? ସମନ୍ୱୟର ଅଭାବ ନା ରହୁଛି ପାତର ଅନ୍ତର ନୀତି? କୋରାପୁଟ ଲୋକସଭା ସମେତ ଗୁଣପୁର, ବିଷମ କଟକ ଓ ଜୟପୁରରେ ଦଳୀୟ ଅସନ୍ତୁଷ୍ଟମାନେ ନାମାଙ୍କନ ଦାଖଲ କରିଛନ୍ତି।

Advertisment

କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା କୋରାପୁଟରୁ ନିର୍ବାଚିତ ହୋଇଛନ୍ତି। ଆଉ ଏଥର ମଧ୍ୟ ସୁପ୍ରିମୋ ସପ୍ତଗିରିଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ୍ ଦେଇଛନ୍ତି। କିନ୍ତୁ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି କଂଗ୍ରେସର ଅସନ୍ତୁଷ୍ଟ ଯୁବନେତା ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଜୟ ଗମାଙ୍ଗଙ୍କ ପୁଅ ଅବିନାଶ ଗମାଙ୍ଗ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ବେଳେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା କଂଗ୍ରେସ ନେତ୍ରୀ କେତକୀ ଗମାଙ୍ଗ ଉପସ୍ଥିତ ଥିଲେ।

ସେହିପରି ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି ଗୁଡାରୀ ବ୍ଲକ୍‌ କଂଗ୍ରେସ ସଭାପତି ଭାସ୍କର ଜଗେରାଙ୍ଗା ସେ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଷମକଟକରେ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକ୍‌କାଙ୍କୁ ଚାଲେଞ୍ଜ ଦେଇ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସପ୍ତଗିରି ଉଲାକାଙ୍କ ଦାଦା ଡମ୍ବରୁଧର ଉଲାକାଙ୍କ ପୁଅ ନୀଳମାଧବ ଉଲାକା। ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ନାତି ପ୍ରୀତିଶ ପାପୁଲ ପଟ୍ଟନାୟକ। ଯାହାକୁ ନେଇ କୋରାପୁଟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

Advertisment

ସେପଟେ ଘନଉଥିବା କୋରାପୁଟ କଂଗ୍ରେସ ରାଜନୀତିକୁ ନେଇ ଚିନ୍ତାରେ ଦଳପତି। କଂଗ୍ରେସର ଗଡ଼ କୁହାଯାଉଥିବା ଦକ୍ଷିଣ ଓଡ଼ିଶାରେ ଯେ କଂଗ୍ରେସ ନିଜ ସ୍ଥିତି ଧୀରେ ଧୀରେ ହରାଉଛି, ସେଥିରେ କୌଣସି ସନ୍ଦେହ ନାହିଁ। ଆଉ ରାଜ୍ୟରେ ଯେତେବେଳ କଂଗ୍ରେସ ଅବସ୍ଥା ଅତି ଦୁର୍ବଳ ସେ ସମୟରେ କୋରାପୁଟ କଂଗ୍ରେସ କଳି ଦଳ ଆହୁରି ଅଧିକ କ୍ଷତି ପହଞ୍ଚାଇପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ଦେଇଛନ୍ତି।

Congress Pradesh Congress Committee Koraput