ଡିସେମ୍ବର 1ରୁ କଂଗ୍ରେସର ତୁଳସୀ ଯାତ୍ରା | Odisha Reporter
ଡିସେମ୍ବର ୧ରେ କଂଗ୍ରେସ ସାରା ରାଜ୍ୟରେ କରିବ ‘ତୁଳସୀ ଯାତ୍ରା’ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଦାବିରେ ସବୁ ପଞ୍ଚାୟତରୁ ତୁଳସୀ ଆସି ପୁରୀ ବଡଦାଣ୍ଡରେ ପହଞ୍ଚିବ । ଏନେଇ ପ୍ରେସମିଟରେ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବା, ରତ୍ନଭଣ୍ଡାରର ମରାମତି ଓ ରତ୍ନ ଅଳଙ୍କାର ଗଣନା, ଅମୃତମଣୋହୀ ଜମି ଫେରସ୍ତ ଆଣିବା ଆଦି ଦାବିରେ ଆସନ୍ତା ୧ ତାରିଖରେ କଂଗ୍ରେସ ‘ତୁଳସୀ ଯାତ୍ରା’ ଆରମ୍ଭ କରିବ । ପ୍ରତ୍ୟେକ ଗାଁ ଓ ପଂଚାୟତରୁ କର୍ମୀମାନେ ତୁଳସୀ ସଂଗ୍ରହ କରିବେ । ରାଜ୍ୟର ୩୧୪ ବ୍ଲକ୍ରୁ ତୁଳସୀ ପତ୍ର ସଂଗ୍ରହ କରାଯିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
