Advertisment

କେଉଁ ଦଳଙ୍କୁ ଆଶୀର୍ବାଦ କରିବେ କୁଡୁମୀ ସମ୍ପ୍ରଦାୟ ?

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଚଳିତ ନିର୍ବାଚନରେ କୁଡୁମୀ ସମ୍ପ୍ରଦାୟ ପ୍ରମୁଖ ଭୂମିକା ନେବେ। ସେମାନେ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ, ସିଏ ନିଶ୍ଚିତ ବିଜୟ ହାସଲ୍‌ କରିବେ।

author-image
Manoj Swain

ରାଜ୍ୟର ବଡ଼ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜରେ ଏଥର ବଡ଼ ଖେଳ କରିବେ କୁଡୁମୀ ସମ୍ପ୍ରଦାୟ। ଭୋଟରେ ନିର୍ଣ୍ଣାୟକ ଭୂମିକା ନେବେ। ଯେଉଁ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବେ, ସେମାନେ ନିଶ୍ଚିତ ଜିତିବେ। ଜିଲ୍ଲାର ୯ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭ ଲକ୍ଷରୁ ଊର୍ଦ୍ଧ୍ୱ କୁଡୁମୀ ଭୋଟର। ତେଣୁ ସେମାନଙ୍କୁ ମନାଇବାରେ ଲାଗି ପଡ଼ିଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ। ତେବେ ସମୟ କହିବ, କେଉଁ ରାଜନୈତିକ ଦଳ ସେମାନଙ୍କ ମନ କିଣୁପାରୁଛନ୍ତି ଓ କାହାକୁ ଆଶୀର୍ବାଦ ଦେଉଛନ୍ତି କୁଡୁମୀ ଭୋଟର ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Mayurbhanj 2024 General Election