Advertisment

'କେନ୍ଦ୍ରାପଡ଼ାରେ ହେବ ଶିଳ୍ପ କାରଖାନା'

କେନ୍ଦ୍ରାପଡ଼ାକୁ ଶିଳ୍ପ କାରଖାନା ଆସିଲେ ହଜାର ହଜାର ଯୁବକ-ଯୁବତୀ ନିଯୁକ୍ତି ପାଇବେ; ବୈଜୟନ୍ତ ପଣ୍ଡା।

author-image
Manoj Swain
ଅଦ୍ୟତନ ହୋଇଛି

କେନ୍ଦ୍ରାପଡ଼ାରେ ଜମିଛି ବିଜେପିର ପ୍ରଚାର। ଆଳିରେ ପ୍ରଚାରର ମଙ୍ଗ ଧରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, କେନ୍ଦ୍ରାପଡ଼ାରେ ଗତ ୫ ବର୍ଷ ଧରି ବିକାଶର ଧାରା ଅଟକି ଯାଇଛି। ଏହାକୁ ପୁଣି ସଚଳ କରିବାକୁ ହେବ। ତେଣୁ ଓଡ଼ିଶାରେ ଡବଲ୍‌ ଇଞ୍ଜିନ ସରକାର ଦରକାର ବୋଲି କହିଛନ୍ତି ବୈଜୟନ୍ତ। ତାଙ୍କ ପ୍ରତିନିଧିତ୍ୱ ବେଳେ କେନ୍ଦ୍ରାପଡ଼ାକୁ ରେଳୱେ ପହଞ୍ଚିବା ନେଇ ସବୁ ବ୍ୟବସ୍ଥା ସରିଥିଲା। ହେଲେ ଯେଉଁ ଭଳି ଶିଳ୍ପ ଦରକାର ଥିଲା, ତାହା ଆସିପାରିଲାନି।

Advertisment
Odisha Bjp Kendrapada Baijayant Jay Panda