ରାଜ୍ୟ କଂଗ୍ରେସରେ ସମ୍ଭାବନା: ବିଜୟ ହେବେ କି ଗେମଚେଞ୍ଜର

ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାରେ କ୍ଷମତା ରାଜନୀତିରେ ପ୍ରତ୍ୟାଖ୍ୟାତ କଂଗ୍ରେସ କ୍ରମାଗତ ଭାବେ ରାଜ୍ୟରେ ନିଜର ସାଂଗଠନିକ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବାବେଳେ ଦଳକୁ ‘ଜୀବନ୍ୟାସ’ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି ।

ex-chief secretary bijay pattnaik PhotoOR

କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ।

Ordigital Desk
  • Published: Friday, 10 February 2023
  • Updated: 10 February 2023, 07:36 PM IST

Sports

Latest News

ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାରେ କ୍ଷମତା ରାଜନୀତିରେ ପ୍ରତ୍ୟାଖ୍ୟାତ କଂଗ୍ରେସ କ୍ରମାଗତ ଭାବେ ରାଜ୍ୟରେ ନିଜର ସାଂଗଠନିକ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବାବେଳେ ଦଳକୁ ‘ଜୀବନ୍ୟାସ’ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଶାରେ ସୁଦୃଢ଼ ବିରୋଧୀ ଦଳର ଅଭାବ, କଂଗ୍ରେସର ଗୋଡ଼ଟଣା ଓ ଆଭ୍ୟନ୍ତରୀଣ କନ୍ଦଳ ରାଜନୀତି, ଅନ୍ୟ କୌଣସି ରାଜନୀତିକ ଦଳ ଓ ବିକଳ୍ପ ସଂଗଠନ ମୁଣ୍ଡ ନଟେକିବା ତଥା ବିଶେଷକରି ବିରୋଧୀ ଦଳ ସଦସ୍ୟଙ୍କୁ ମ୍ୟାନେଜ କରି ଦୀର୍ଘ ୨୩ବର୍ଷ ଧରି କ୍ଷମତାରେ ତିଷ୍ଠି ରହିବାରେ ବିଜେଡି ସକ୍ଷମ ହୋଇଥିଲେ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ଅନେକ ଦୃଷ୍ଟିରୁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଆକଳନ ହେଉଛି। ନିଜର ଲୋକାଭିମୁଖୀ ନୀତି ପାଇଁ ଲୋକାଦୃତ ଆମ୍ ଆଦମୀ ପାର୍ଟି ଓ ଭାରତ ରାଷ୍ଟ୍ର ସମିତିି(ବିଆରଏସ) ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ ଫୁଲ୍ ଦମରେ ଲଢ଼ିବେ ବୋଲି ରଣହୁଙ୍କାର ଦେଇ ରାଜନୀତିକ ଉଷ୍ମତା ବୃଦ୍ଧି କରିଥିବାବେଳେ ସ୍ୱଚ୍ଛ ଭାବମୂର୍ତ୍ତିସମ୍ପନ୍ନ ନେତୃତ୍ୱର ଅଭାବ ଯୋଗୁ ରାଜ୍ୟରେ ସଂଗଠନକୁ କ୍ରିୟାଶୀଳ କରିପାରୁନଥିବା କଂଗ୍ରେସରେ ଆଜି ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଯୋଗଦାନ ‘ପ୍ରଦେଶ କଂଗ୍ରେସରେ ସମ୍ଭାବନାର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।

ସୂଚନା ଅନୁସାରେ, ଦୀର୍ଘ ୪୦ବର୍ଷର ପ୍ରଶାସନିକ କ୍ୟାରିୟରରେ ରାଜ୍ୟ ରାଜନୀତିକୁ ଅତି ପାଖରୁ ଦେଖିଥିବା ଅବସରପ୍ରାପ୍ତ ଆଇଏଏସ୍ ବିଜୟ କୁମାର ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହେବା ପୂର୍ବରୁ ରାହୁଲ ଗାନ୍ଧିଙ୍କଠୁ ଆରମ୍ଭ କରି ଦଳର କିଛି ବରିଷ୍ଠ ନେତୃବୃନ୍ଦଙ୍କୁ ଭେଟି ରାଜ୍ୟର ରାଜନୀତିକ ପାଣିପାଗ ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ । ରାଜ୍ୟରେ ବିଜେଡି ଓ ବିଜେପିର ମେଂଟ ସରକାରବେଳେ ୨୦୦୪-୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଓ ପରେ ୨୦୧୦-୧୩ ପର୍ଯ୍ୟନ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଥିବା ଶ୍ରୀ ପଟ୍ଟନାୟକଙ୍କ କଂଗ୍ରେସରେ ମିଶ୍ରଣ ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି । ଗତ ୨୩ବର୍ଷ ଧରି ରାଜ୍ୟରେ କ୍ଷମତାରୁ ବାହାରେ ରହିଥିବା କଂଗ୍ରେସ ଏବେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିଜର ଭୋଟବ୍ୟାଙ୍କକୁ ପୁନଃ ସଂଗଠିତ କରିବା ପାଇଁ ଉଦ୍ୟମ କରୁଛି । ଏଭଳି ସ୍ଥିତିରେ ବିଜୟଙ୍କ ଯୋଗଦାନ ରାଜ୍ୟ କଂଗ୍ରେସ ପାଇଁ ଜୀବନ୍ୟାସ ସଦୃଶ ହେବ ବୋଲି ଆକଳନ କରାଯାଉଛି । ଦୀର୍ଘବର୍ଷ ଧରି ରାଜ୍ୟରେ କଂଗ୍ରେସ କ୍ଷମତାରୁ ଦୂରେଇ ରହିବା ସହ ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ, ନେତୃତ୍ୱ ସଙ୍କଟ  ଓ ନିର୍ବାଚନ ପରିଚାଳନା ପାଇଁ ଅର୍ଥାଭାବ ଲାଗି ରହିଥିଲେ ମଧ୍ୟ ଏବେବି ଦଳ ପାଖରେ ପ୍ରାୟ ୩୮ଲକ୍ଷ ଭୋଟ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ୧.୦୫କୋଟି ଓ ବିଜେପିକୁ ୭୬.୯୦ଲକ୍ଷ ଭୋଟ୍ ମିଳିଥିବାବେଳେ କଂଗ୍ରେସକୁ ୩୭.୭୯ଲକ୍ଷ ଭୋଟ୍ ମିଳିଥିଲା । ୨୦୧୯ ମସିହା ପରେ ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନରେ ବି ଦଳୀୟ ପ୍ରାର୍ଥୀ ତିର୍ତ୍ତୋଲ ଓ ବ୍ରଜରାଜନଗର ଆସନରେ ବିଜେପିକୁ ପଛରେ ପକାଇ ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେଇଥିଲେ । ସେହିପରି ୨୦୨୨ ପଂଚାୟତ ନିର୍ବାଚନରେ କଂଗ୍ରେସକୁ ୨୮.୫୩ଲକ୍ଷ ଭୋଟ୍ ସମେତ ବିଜେପିକୁ ୬୩.୨୩ଲକ୍ଷ ଓ ବିଜେଡିକୁ ୧.୧୦କୋଟି ଭୋଟ୍ ମିଳିଥିଲା ।

Also Read

ତଥ୍ୟ ଅନୁସାରେ, ୨୦୦୭ ପଂଚାୟତ ନିର୍ବାଚନରେ କଂଗ୍ରେସ ୩୦୩ଟି ଜିଲ୍ଲାପରିଷଦ ଆସନ ପାଇଥିବାବେଳେ ବିଜେଡି ୩୪୫ ଓ ବିଜେପି ୧୨୯ଟି ସିଟ୍ ହାତେଇଥିଲା । ୨୦୧୨ ପଂଚାୟତ ନିର୍ବାଚନରେ କଂଗ୍ରେସ ୧୨୮ଟି, ବିଜେଡି ୬୫୧ ଓ ବିଜେପି ୩୬ଟି ଜିଲ୍ଲା ପରିଷଦ ଆସନ ପାଇଥିଲା । ମାତ୍ର ୨୦୧୭ ପଂଚାୟତ ନିର୍ବାଚନରେ କଂଗ୍ରେସକୁ ତିନି ନମ୍ବରକୁ ଠେଲି ଦେଇ ବିଜେପି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ପାଲଟିଥିଲା । ଆଉ କଂଗ୍ରେସ ୬୦ଟି ଜିଲ୍ଲା ପରିଷଦରେ ସୀମିତ ହୋଇଥିବାବେଳେ ବିଜେଡି ୪୭୬ ଓ ବିଜେପି ୨୯୭ଟି ଆସନ ପାଇଥିଲା । ୨୦୨୨ ପଂଚାୟତ ନିର୍ବାଚନରେ କଂଗ୍ରେସ ୩୭, ବିଜେପି ୪୨ ଓ ବିଜେଡି ୭୬୬ଟି ଜିଲ୍ଲା ପରିଷଦ ସିଟ୍ ଜିତିଛି ।

ସେହିପରି ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ୨୭ ବିଧାୟକ ଓ ୬ ସାଂସଦ, ବିଜେପି ୬ ବିଧାୟକ, ବିଜେଡି ୧୦୩ ବିଧାୟକ ଓ ୧୪ ସାଂସଦ ବିଜୟୀ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ୧୬ ବିଧାୟକ, ବିଜେଡି ୧୧୭ ବିଧାୟକ ଓ ୨୦ ସାଂସଦ ଏବଂ ବିଜେପିର ୧୦ ବିଧାୟକ ଓ ଜଣେ ସାଂସଦ ଜିତିଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ୯ଜଣ ବିଧାୟକ ଓ ଜଣେ ସାଂସଦ ବିଜେଡିର ୧୧୨ ବିଧାୟକ ଓ ୧୨ ସାଂସଦ ଏବଂ ବିଜେପିର ୨୩ ବିଧାୟକ ଓ ୮ଜଣ ସାଂସଦ ଜିତିଥିଲେ ।

ତେଣୁ ଉପରୋକ୍ତ ତଥ୍ୟକୁ ଦେଖିଲେ, ଏତେ ବିପର୍ଯ୍ୟୟ ଓ ସାଂଗଠନିକ ପରିଚାଳନାଗତ ତ୍ରୁଟି ସତ୍ତ୍ୱେ ଓଡ଼ିଶାରେ କଂଗ୍ରେସର ନିଜସ୍ୱ ପକେଟ୍ ଭୋଟ୍ ଏବେବି ପ୍ରାୟ ୪୦ଲକ୍ଷ ରହିଛି । ରାଜ୍ୟରେ କଂଗ୍ରେସର ନେତୃତ୍ୱ ସଙ୍କଟ ଲାଗି ରହିବା ଓ କର୍ମୀଙ୍କୁ କ୍ରିୟାଶୀଳ କରିବା ନିମନ୍ତେ ଆବଶ୍ୟକ ରଣନୀତି ଅଭାବ ଯୋଗୁ ଭୋଟବ୍ୟାଙ୍କ କମୁଛି ସିନା ବଢ଼ିପାରୁନି । ଆଉ ଦଳରେ ଥିବା ନେତାମାନେ ସୁବିଧା ଦେଖି ନିର୍ବାଚନ ଆସିଲେ ଅନ୍ୟ ଦଳକୁ ଡ଼ିଆଁ ମାରୁଛନ୍ତି । କିନ୍ତୁ ବିଜୟଙ୍କ ଭଳି ଜଣେ ପ୍ରଭାବଶାଳୀ ଓ ମାର୍ଜିତ ବ୍ୟକ୍ତିଙ୍କ ସାମିଲ ପରେ କଂଗ୍ରେସ ପ୍ରତି ସାଧାରଣ ଓ ବୁଦ୍ଧିଜୀବୀଙ୍କ ଆସ୍ଥା ବଢ଼ିବ ତଥା ସେ କଂଗ୍ରେସ ପାଇଁ ରାଜ୍ୟରେ ଗେମଚେଞ୍ଜର ହେବେ ବୋଲି ଚର୍ଚ୍ଚା ହେଉଛି ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ କେ. ରବି କହିଛନ୍ତି ଯେ, ବିଜୟ ପଟ୍ଟନାୟକଙ୍କ ରାଜନୀତିକ ପୃଷ୍ଠଭୂମି ନାହିଁ । କିନ୍ତୁ ସେ ପ୍ରଶାସକ ଭାବେ କଂଗ୍ରେସ ସରକାର ଓ ନେତାମାନଙ୍କୁ ଭଲ ଭାବେ ପାଖରୁ ଜାଣିବାର ସୁଯୋଗ ପାଇଥିଲେ । ତା’ଛଡ଼ା ସେ ନବୀନ ପଟ୍ଟନାୟକଙ୍କ ସରକାରରେ ବି ପ୍ରଭାବଶାଳୀ ଥିଲେ ତଥା ତାଙ୍କ ପ୍ରତି ସବୁ ମହଲରେ ସମ୍ମାନ ବି ରହିଛି । କଂଗ୍ରେସ ଏବେ ଯେଉଁ ଅବସ୍ଥାରେ ଅଛି ବିଜୟଙ୍କ ନିଜସ୍ୱ ଭାବମୂର୍ତ୍ତି ଓ ଦକ୍ଷତା ଦଳ ପାଇଁ ନିଶ୍ଚିତ ଭାବେ ସକରାତ୍ମକ ରହିବ । ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ଭବିଷ୍ୟତ ଓଡ଼ିଶାରେ ଅନିଶ୍ଚିତତା ମଧ୍ୟରେ ଥିବାରୁ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇର ସମ୍ଭାବନା ଅଛି ଓ କଂଗ୍ରେସକୁ ଏବେଠୁ ସଜାଡ଼ିବା ଦାୟିତ୍ୱ ବିଜୟ ନେଇପାରନ୍ତି । ବିଜୟଙ୍କ ନୂଆ ରାଜନୀତିକ କ୍ୟାରିୟରକୁ ଫାଇଦା ମିଳୁ କି ନମିଳୁ, ରାଜ୍ୟ କଂଗ୍ରେସ ପାଇଁ ବିଜୟଙ୍କ ଯୋଗଦାନ ନିଶ୍ଚିତ ଭାବେ ଶୁଭଙ୍କର ଓ ଉତ୍ସାହପ୍ରଦ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story