Advertisment

ବନ୍ଦ ହେଲା ନୂଆ ଓ; ମୋହନ ସରକାର ଆଣିଲେ ନୂଆ ଯୋଜନା

ଗୃହରେ ସରକାରଙ୍କ ଏ ଉତ୍ତର ପରେ ଆରମ୍ଭ ହୋଇଛି ରାଜନୀତି। ନୂଆ ଓ ଯୋଜନା ବନ୍ଦ ନିଷ୍ପତ୍ତିକୁ ସହଜରେ ହଜମ କରି ନପାରି ସୋଶାଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛି ବିଜେଡି।

Nua O

Nua O

Advertisment

ନବୀନ ପଟ୍ଟନାୟକ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ଚରଣ ମାଝୀ ସରକାର। ନୂଆ ସରକାରରେ ୟୁଜି ଓ ପିଜି ପିଲାଙ୍କୁ ଆର୍ଥିକ ସହାୟତା ଦେବାକୁ ଆରମ୍ଭ ହେବ ନୂଆ ଯୋଜନା। ନାଁ ଫାଇନାନସିଆଲ୍‌ ଆସିଷ୍ଟାଟନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ। ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ଚଳିତ ବର୍ଷଠାରୁ ଏହି ଯୋଜନା ପ୍ରଣୟନ ହେବ। ଏଥିପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି।

Advertisment

ଗୃହରେ ସରକାରଙ୍କ ଏ ଉତ୍ତର ପରେ ଆରମ୍ଭ ହୋଇଛି ରାଜନୀତି। ନୂଆ ଓ ଯୋଜନା ବନ୍ଦ ନିଷ୍ପତ୍ତିକୁ ସହଜରେ ହଜମ କରି ନପାରି ସୋଶାଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛି ବିଜେଡି। କଂଗ୍ରେସ କହିଛି, ବିଜେଡି ସରକାର ନୂଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ କରିଥିବା ଏ ଯୋଜନାକୁ ବିଜେପି ସରକାର ବନ୍ଦ କରି ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି। ହେଲେ ସୁଭଦ୍ରା ଯୋଜନା ଭଳି ଏ ଯୋଜନାରେ ମଧ୍ୟ ଯେମିତି ନ ଠକନ୍ତୁ। ବିଜେପି କହିଛି ସରକାରଙ୍କ ନୂଆ ଯୋଜନା ଦ୍ୱାରା ଛାତ୍ରଛାତ୍ରୀ ପ୍ରକୃତରେ ଲାଭବାନ ହେବେ।

ନିର୍ବାଚନ ପୂର୍ବରୁ ନୂଆ ଓ ଯୁବ ଭୋଟ୍ ଗୋଟେଇବାକୁ ବିନା ବଜେଟରେ ନୂଆ ଓ ଯୋଜନା ଆଣିଥିଲେ ନବୀନ ସରକାର। ଆଳଥିଲା ମେଧାବୃତ୍ତି। ହେଲେ ମାହୋଲ ବନେଇବାକୁ ଭୋଟ ରାଜନୀତିର ଯେମିତି ଗୋଟିଏ ଚାଲିଥିଲା କ୍ୟାମ୍ପେନ। ପିଲାଙ୍କ ଭିତରେ କ୍ରୀଡ଼ା, ସାଂସ୍କୃତିକ ପ୍ରତିଯୋଗିତା ନାଁରେ ସେଲିବ୍ରିଟିଙ୍କୁ ଆଣି ମଞ୍ଚରେ ଆଲବମ୍‌ ଗୀତରେ ଠୁମକା ଲାଗାଉଥିଲେ। ଭୋଟ୍ ବାତାବରଣ ଭିତରେ ପାଖାପାଖି ୪ ମାସ କାଳ ଶୈକ୍ଷିକ ବାତାବରଣକୁ ନଷ୍ଟ କରି ଚାଲିଥିଲା ନାଚ ତାମସା। ଏମିତିକି ପିଲାଙ୍କ ପରୀକ୍ଷା ସମୟରେ ମଧ୍ୟ ନୂଆ ଓ ନାଁରେ କ୍ୟାମ୍ପସରେ ସଭା କରି ପ୍ରଚାରରେ ମାତିଥିଲେ ଭି.କେ ପାଣ୍ଡିଆନ୍। ଯେଉଁଥିପାଇଁ କେବଳ ଏଇ ନାଚଗୀତ କାର୍ଯ୍ୟକ୍ରମ ପାଇଁ ୯୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର। ଏହାବାଦ୍ ନୂଆ ଓ ସ୍କଲାରସିପ୍ ବାବଦକୁ ୫ ଲକ୍ଷ ୩୦ ହଜାର ୬୩୫ ଛାତ୍ରଛାତ୍ରୀଙ୍କୁ ୫୨୬ କୋଟି ଟଙ୍କା ବଣ୍ଟା ଯାଇଥିଲା। ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ଦିଆଯାଇଥିଲା ୧୦ ହଜାର ଟଙ୍କା। ତେବେ ନୂଆ ଓ ବଦଳରେ ନୂଆ ସରକାର ନୂଆ ଯୋଜନା ଆଣିବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଏହାକୁ ସ୍ୱାଗତ କରିଥିଲେ ମଧ୍ୟ ସ୍କଲାରସିପ୍‌ ଜାରି ରହିବା ନେଇ ଆଶା ରଖିଛନ୍ତି। ସେହିପରି କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ପୂର୍ବ ସରକାର ତରବରିଆ ଭାବେ କରିଥିବା ନୂଆ ଓ ଯୋଜନାରେ କିଛି ଦୋଷତ୍ରୁଟି ଥିବା କହି ନୂଆ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚିତ ଫଳପ୍ରଦ ହେବ ବୋଲି କହିଛନ୍ତି।

Advertisment
BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe