Advertisment

ଓବିସି ବର୍ଗଙ୍କ ସହ କ୍ରମାଗତ ଅନ୍ୟାୟ କରି ଚାଲିଛନ୍ତି ଓଡ଼ିଶା ସରକାର: ବିଜେପି

ରାଜ୍ୟର କ୍ଷମତାସୀନ ବିଜେଡି ସରକାର କ୍ରମାଗତ ଭାବେ ଓବିସି ବର୍ଗଙ୍କ ପ୍ରତି ଅନ୍ୟାୟ କରିଚାଲିଛନ୍ତି ଓ ସେମାନଙ୍କୁ ସମ୍ବିଧାନ ପ୍ରଦତ୍ତ ଅଧିକାରରୁ ବଂଚିତ କରିବାକୁ ପଛାଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

BJP

BJP

Advertisment

ଓଡିଶାରେ ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତିି ପଛୁଆ ତଥା ଓବିସି ବର୍ଗ । କିନ୍ତୁ ରାଜ୍ୟର କ୍ଷମତାସୀନ ବିଜେଡି ସରକାର କ୍ରମାଗତ ଭାବେ ଓବିସି ବର୍ଗଙ୍କ ପ୍ରତି ଅନ୍ୟାୟ କରିଚାଲିଛନ୍ତି ଓ ସେମାନଙ୍କୁ ସମ୍ବିଧାନ ପ୍ରଦତ୍ତ ଅଧିକାରରୁ ବଂଚିତ କରିବାକୁ ପଛାଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ସଙ୍ଗମଲାଲ ଗୁପ୍ତା ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ଓବିସି ବର୍ଗଙ୍କୁ ଶିକ୍ଷା, ନିଯୁକ୍ତି ଏବଂ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣରୁ ବଂଚିତ କରାଯାଉଛି । ନାମକୁ ମାତ୍ର ଓବିସି କମିଶନ ଗଠନ କରାଯାଇଛି କିନ୍ତୁ ତାଙ୍କୁ ସାମ୍ବିଧାନିକ ମାନ୍ୟତା ଦିଆଯାଇନାହିଁ।

ରାଜ୍ୟର ଓବିସି ବର୍ଗର ଭାଇଭଉଣୀମାନଙ୍କୁ ସମ୍ମାନ ଓ ଅଧିକାର ଦେବାରେ ବିଜେଡି ସରକାର ଧୋକା ଦେଇଛନ୍ତି । ଆଗକୁ ନିର୍ବାଚନ ଥିବା କାରଣରୁ ଓବିସି ସର୍ଭେ ଓ ଗଣନାର ମିଛ ବାହାନା କରୁଛନ୍ତି । କେନ୍ଦ୍ର ସରକାର ଡାକ୍ତରୀ, ଡେଂଟାଲ, ନବୋଦୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ସୈନିକ ସ୍କୁଲରେ ସଂରକ୍ଷଣ ଦେଉଛନ୍ତି । ବିଜେପି ଶାସିତ ରାଜ୍ୟମାନଙ୍କରେ ଓବିସି ବର୍ଗଙ୍କ ପାଠପଢ଼ାରେ ନାମଲେଖା ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଓଡିଶାରେ କାହିଁକି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉନାହିଁ  ଓ କେବେ ଏହା କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଗୁପ୍ତା ପ୍ରଶ୍ନ କରିଛନ୍ତି। 

Advertisment

କେନ୍ଦ୍ରରେ ମୋଦି ସରକାର ଓବିସି ବର୍ଗଙ୍କ ଅଧିକାର ଓ ସମ୍ମାନ ପାଇଁ ଚିନ୍ତିିତ ଓ କାର୍ଯ୍ୟରତ। ରାଷ୍ଟ୍ରୀୟ ଓବିସି କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା ମିଳିଛି । ଓଡ଼ିଶାରେ ବିଜେଡି ସରକାର ୫୪ପ୍ରତିଶତ ଓବିସି ବର୍ଗକୁ ଆଉ ଅଧିକ ଦିନ ଠକି ପାରିବେ ନାହିଁ । ଓବିସି ବିରୋଧୀ ବିଜେଡି ସରକାରକୁ ଓବିସି ବର୍ଗ ଉଚିତ୍ ଜବାବ ଦେବେ। ଓବିସି ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଆଗାମୀ ଦିନରେ ଓଡ଼ିଶାରେ ଏକ ବଡ଼ ଆନ୍ଦୋଳନ କରିବ ବୋଲି ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି।

Odisha BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe