Advertisment

ବାତ୍ୟା ‘ଦାନା’; ବିଜେପି ପକ୍ଷରୁ ହେଲପ ଲାଇନ ଜାରି

ସରକାର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଏକ ‘SATRAK app’ କରିଛନ୍ତି। ଯାହା OSDMA ପକ୍ଷରୁ ଏହି ଆପଟିକୁ କରାଯାଇଛି।

ଅଦ୍ୟତନ ହୋଇଛି
Manmohan samal

Manmohan samal

Advertisment

ବାତ୍ୟା ‘ଦାନା’ ପାଇଁ ବିଜେପିଙ୍କ ପକ୍ଷରୁ ଏକ ହେଲପ ଲାଇନ ଜାରି କରାଯାଇଛି। ଏହି ହେଲପ ଲାଇନ ନମ୍ବରଟି ହେଲା ୦୬୭୪-୨୩୯୩୯୮୪ । ବାତ୍ୟା ସରିବା ପରେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଏହାର ଆବଶ୍ୟକ ଥିବ ଏହି ଏହି ନମ୍ବର କାମ କରିବ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ।

Advertisment

ସେ କହିଛନ୍ତି, ସରକାର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଏକ ‘SATRAK app’ କରିଛନ୍ତି। ଯାହା OSDMA ପକ୍ଷରୁ ଏହି ଆପଟିକୁ କରାଯାଇଛି। ଏହି ଆପଟି ODRF, NDRFକୁ ସାହାଯ୍ୟ କରିବ। ବାତ୍ୟାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ଷୟ କ୍ଷତି ଅଧିକ ହୋଇପାରେ। ସେହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନିରାପଦ ସ୍ଥାନକୁ ପଳାଇ ଆସନ୍ତୁ। ୫୫୦ରୁ ଅଧିକ ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇଛି। ଆହୁରି ବାତ୍ୟା ଆଶ୍ରୟ ସ୍ଥଳୀ କରାଯିବ। ଆମପାଖରେ ସବୁ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ରହିଛି। କୌଣସି ଜିନିଷର ଅଭାବ ନାହିଁ। ଏହି ବାତ୍ୟାରେ କାହାର କିଛି କ୍ଷୟକ୍ଷତି ନ ହଉ। ପଶୁଟିଏ ହେଉ ମଧ୍ୟ ତାର ଜୀବନ ନଯାଉ।

ମନମୋହନ ଆହୁରି କହିଛନ୍ତି, ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଆସିଛି। ଯାହାକୁ ସମସ୍ତେ ଦୃଢତାର ସହ ସାମ୍ନା କରିବା। ବାତ୍ୟା ପାଇଁ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ। ଲୋକଙ୍କ ସେବା ପାଇଁ ସମସ୍ତ ବିଧାୟକ, ସାଂସଦ ଓ  ଦଳୀୟ କାର୍ଯ୍ୟକର୍ତ୍ତା ଦଳ, ମତ ନିର୍ବିଶେଷରେ  ଏହି ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଆଗେଇ ଆସନ୍ତୁ। ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଅନୁରୋଧ ସମସ୍ତେ ସକ୍ରିୟ ରୁହନ୍ତୁ। ନିଜ ନିଜ ଅଞ୍ଚଳରେ ଲୋକଙ୍କ ପାଖରେ ଯାଇ ପହଞ୍ଚନ୍ତୁ। ଏଥିସହ ସବୁ ସାମାଜିକ ସଂଗଠନ ଆଗେଇ ଆସନ୍ତୁ ବୋଲି ରାଜ୍ୟ ସଭାପତି କହିଛନ୍ତି।

Advertisment

ଆମେ ବହୁତ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛନ୍ତି। ସେଥିପାଇଁ ଲୋକମାନେ ଆତଙ୍କିତ ଓ ଭୟଭୀତ ହୁଅନ୍ତୁ ନାହିଁ। ସମସ୍ତ ଗୁଜବରୁ ଦୂରେଇ ରୁହନ୍ତୁ ବୋଲି ମନମୋହନ କହିଛନ୍ତି।  

State Bjp Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe