Advertisment

ନବ ଦାସ ହତ୍ୟା ମାମଲା ପୁଣି ଖୋଲିବେ ସରକାର

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରିବ ବିଜେପି ସରକାର। ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

author-image
Manoj Swain
ଅଦ୍ୟତନ ହୋଇଛି
undefined

prithviraj harichandan

ପୁଣି ଥରେ ଖୋଲିବ ନବ ଦାସ ହତ୍ୟା ମାମଲା। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରିବ ବିଜେପି ସରକାର। ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

Advertisment

ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ପିଏସଓ ଗୋପାଳ ଦାସ ଅତି ନିକଟରୁ ତାଙ୍କୁ ଗୁଳିକରି ହତ୍ୟା କରିଥିଲା। ଏହି ମାମଲାରେ ପିଏସଓ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର କାରଣ ଉପରୁ ଏଯାଏଁ ପରଦା ହଟିନାହିଁ।

ସେହିଭଳି ଖାଲି ନବ ଦାସ ହତ୍ୟା ମାମଲା ନୁହେଁ, ଅନେକ ପୁରୁଣା କେସର ରିଓପନ କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୦୮ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା ଏବଂ ୨୦୨୨ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମଧ୍ୟ ରିଓପନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେ‌ଇଛନ୍ତି।

Advertisment
Odisha Odisha Minister Naba Das Murder