Advertisment

ମୋଦି ସରକାରରେ ଓଡ଼ିଶା ପାଇଛି ୪ ଲକ୍ଷ କୋଟିରୁ ଅଧିକ ଟଙ୍କା: ବୈଜୟନ୍ତ ପଣ୍ଡା

ଓଡ଼ିଶାକୁ ମୋଦି ସରକାର ସମୟରେ ୪ ଲକ୍ଷ କୋଟିରୁ ଅଧିକ ଅର୍ଥ ଦିଆଯାଇଛି। ଅନେକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସେସବୁ ଅର୍ଥ ସଠିକ୍ ବିନିଯୋଗ କରୁନଥିଲେ ବୋଲି କହିଛନ୍ତି ବୈଜୟନ୍ତ।

BJP

BJP

Advertisment

ଗତ ୧୦ ବର୍ଷରେ କେନ୍ଦ୍ରରୁ ଓଡ଼ିଶା ପାଇଁ ବଢିଛି ୩ ଗୁଣା ଅଧିକ ଫଣ୍ଡିଂ। ପ୍ରେସମିଟ୍ କରି ଚଳିତ ବଜେଟର ଫାଇଦା ଗଣାଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ଚଳିତ ବଜେଟ୍ ଐତିହାସିକ। ବଜେଟରେ ବିକଶିତ ଭାରତ ଲାଗି ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇଛି। ଅର୍ଥନୀତିରେ ଇଂଲଣ୍ଡକୁ ଟପି ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚିଛି ଭାରତ। ସବୁଠୁ ବଡ଼ କଥା ହେଉଛି, ବିନା ସ୍କାମ ଓ ବିନା ଦୁର୍ନୀତିରେ ବିକାଶ ହୋଇଛି। ଓଡ଼ିଶାକୁ ମୋଦି ସରକାର ସମୟରେ ୪ ଲକ୍ଷ କୋଟିରୁ ଅଧିକ ଅର୍ଥ ଦିଆଯାଇଛି। ଅନେକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସେସବୁ ଅର୍ଥ ସଠିକ୍ ବିନିଯୋଗ କରୁନଥିଲେ ବୋଲି କହିଛନ୍ତି ବୈଜୟନ୍ତ।

Advertisment

ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର ଚାଲିଛି। ପୂର୍ବ ସରକାର ସମୟରେ ଅନେକ କେନ୍ଦ୍ରୀୟ ଯୋଜନାରୁ ଓଡ଼ିଶା ଲୋକଙ୍କୁ ରାଜନୈତିକହୀନ ଉଦ୍ଦେଶ୍ୟ ରଖି ବଞ୍ଚତ କରାଯାଉଥିଲା। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାର ହିତାଧିକାରୀ ଚୟନରେ ମଧ୍ୟ ପାତର ଅନ୍ତର କରାଯାଇ ଗରୀବ ଲୋକଙ୍କୁ ହଇରାଣ କରାଯାଉଥିଲା। ଏବେ ଓଡ଼ିଶାବାସୀ ମୋଦିଙ୍କର ବିକଶିତ ଓଡ଼ିଶା ଗଠନ ପାଇଁ ଆସୁଥିବା ସମସ୍ତ କେନ୍ଦ୍ରୀୟ ସହାୟତାର ଲାଭ ପାଇବେ।

କଂଗ୍ରେସର ୧୦ ବର୍ଷ ଶାସନରେ କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ଟିକସ୍‌ରେ ରାଜ୍ୟର ଅଂଶ ବାବଦରେ ମାତ୍ର ଲକ୍ଷେ ୧୪ହଜାର କୋଟି ଟଙ୍କା ପାଇଥିଲାବେଳେ ମୋଦି ସରକାରଙ୍କ ୧୦ବର୍ଷରେ ୪ଗୁଣ ବଢ଼ି ୪ଲକ୍ଷ ୫୭ହଜାର କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଯଦି ରେଳ ଅନୁଦାନ କଥା ଦେଖିବା ତାହାଲେ କଂଗ୍ରେସ ୧୦ବର୍ଷରେ କେବେ ବି ବାର୍ଷିକ ଅନୁଦାନ ହଜାରେ କୋଟି ଛୁଇଁନଥିଲା କିନ୍ତୁ ମୋଦି ସରକାରରେ ଚଳିତ ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦ହଜାର ୫୦୦କୋଟି ଟଙ୍କାରୁ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିଛି।

Advertisment

ଏଥିରୁ ସ୍ପଷ୍ଟ ପ୍ରମାଣିତ କଂଗ୍ରେସ ସରକାରରେ ଓଡ଼ିଶା କିଭଳି ଅବହେଳିତ ହେଉଥିଲା ଓ ମୋଦି ସରକାରରେ ଓଡ଼ିଶା କିଭଳି ତାର ନ୍ୟାର୍ଯ୍ୟ ହକ୍ ପାଇଲା। ଚଳିତ ବଜେଟ୍‌ରେ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ଆଗାମୀ ଦିନରେ ଏହା ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏକ ମାଇଲଷ୍ଟୋନ ଭୂମିକା ନେବ ବୋଲି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଣ୍ଡା କହିଛନ୍ତି ଯେ, ଚଳିତ ୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ର ବଜେଟ ଅନେକ କ୍ଷେତ୍ରରେ ଐତିହାସିକ ହୋଇରହିଯାଇଛି। ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସଂଗଠନ ନିଜର ସର୍ଭେ ରିପୋର୍ଟରେ ମତ ରଖିଛନ୍ତି ଯେ, ଏପ୍ରିଲ-ମେ ମାସରେ ଦେଶରେ ବେରୋଜଗାର ୩.୨ପ୍ରତିଶତ ଥିଲା, ଯାହା ଐତିହାସିକ ସଫଳତା। ୧୮ବର୍ଷରେ ଏହା ସବୁଠାରୁ କମ୍ ବେରୋଜଗାରୀ ପରିସଂଖ୍ୟାନ। ମୋଦି ସରକାରଙ୍କ ୧୦ବର୍ଷ ଭିତରେ ଦେଶରେ ୧୨.୫କୋଟି ନିଯୁକ୍ତି ସୃଷ୍ଟି ହୋଇଛି। କଂଗ୍ରେସର ୧୦ବର୍ଷ ଭିତରେ ମାତ୍ର ୨.୯କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲା। ଚଳିତ ବଜେଟ୍‌ରେ ଆହୁରି ଅଧିକ ନିଯୁକ୍ତି ଓ କ୍ଷୁଦ୍ର, ମଧ୍ୟମ ଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଇଛି।

ମୋଦି ସରକାର ଶାସନକୁ ଆସିବା ପରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସୁଦୃଢ ହୋଇଚାଲିଛି। ନିର୍ବାଚନ ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଆର୍ଥୀକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି ତାହା ଐତିହାସିକ। ମୋଦି ସରକାର ଭାରତର ବିକାଶ ପାଇଁ ବଜେଟ୍‌ରେ ସମସ୍ତ ଦିଗ ଉପରେ ଗୁରୁତ୍ୱ ଦେଇଛି। ମୋଦି ସରକାର ବଜେଟ୍‌ରେ ୪ଟି କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଯଥା, ଗରିବ, ମହିଳା, ଯୁବକ ଓ କୃଷକ।

କଂଗ୍ରେସ ସରକାର ସମୟରେ ୧୦ବର୍ଷ ତଳେ ଘର ନିର୍ମାଣ କ୍ଷେତ୍ରରେ ଦିଆଯାଇଥିଲା ମାତ୍ର ୧୦,୫୬୭ କୋଟି ଟଙ୍କା, କିନ୍ତୁ ୨୦୧୪-୨୫ରେ ତାହା ହୋଇଛି ୮୨ହଜାର ୫୭୬ କୋଟି ଟଙ୍କା। ସେହିଭଳି ଭିତିଭୂମି ନିର୍ମାଣରେ କଂଗ୍ରେସ ସରକାର ସମୟରେ ୨୦୧୩-୧୪ରେ ୨ଲକ୍ଷ ୫୭ହଜାର ୬୪୧ କୋଟି ଟଙ୍କା ଦିଆଯାଉଥିବା ବେଳେ ୨୦୨୪-୨୫ରେ ତାହା ହୋଇଛି ୧୧ଲକ୍ଷ ୧୧୧କୋଟି ଟଙ୍କା। ରୋଡ ଟ୍ରାନ୍ସପଟ୍ ଓ ରାଜପଥ ପାଇଁ ୨୦୧୩-୧୪ରେ ୨୫ ହଜାର ୮୫୯ କୋଟି ଦିଆଯାଇଥିବା ବେଳେ ୨୦୨୪-୨୫ରେ ଏହା ହୋଇଛି ୨ଲକ୍ଷ ୭୮ହଜାର କୋଟି। ଗ୍ରାମୀଣ କ୍ଷେତ୍ରର ବିକାଶ ପାଇଁ ୨୦୧୩-୧୪ରେ ୭୪ ହଜାର ୪୭୭ କୋଟି ଦିଆଯାଉଥିବା ବେଳେ ଏବଂ ୨୦୨୪-୨୫ରେ ୧ଲକ୍ଷ ୮୦ହଜାର ୨୩୩ କୋଟି ଦିଆଯାଇଛି। ଶିକ୍ଷାରେ ୨୦୧୩-୧୪ରେ ୭୯ ହଜାର ୪୫୧କୋଟି ଅନୁଦାନ ମିଳିଥିଲା ବେଳେ ୨୦୨୪-୨୫ରେ ୧ ଲକ୍ଷ ୨୦ହଜାର ୬୨୭କୋଟି ଦିଆଯାଇଛି।

ମୋଦି ସରକାର ପୂର୍ବୋଦୟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ମୋଦିଜୀ ସର୍ବଦା କହିଛନ୍ତି ପୂର୍ବଭାରତ ଓ ଉତର ପୂର୍ବ ଭାରତ ଯେତେ ପର୍ଯ୍ୟନ୍ତ ବିକାଶ ନହୋଇଛି ଭାରତର ବିକାଶ ଅସମ୍ଭବ। ଇତିହାସକୁ ଦୃଷ୍ଟି ଦେଲେ ସ୍ପଷ୍ଟ ଯେ, କଂଗ୍ରେସ ସରକାର ପୂର୍ବଭାରତ ଓ ଉତର ପୂର୍ବ ଭାରତକୁ ମାତ୍ରାଧିକ ଅବହେଳା କରୁଥିଲା। ଉତର ପୂର୍ବ ଭାରତକୁ ମୋଦି ୧୦ବର୍ଷରେ ୯୦ଥର ଗସ୍ତ କରିଛନ୍ତି।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe