ମିଛ ତଥ୍ୟ ଦେଇ ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମ ସଭାପତି ହୋଇଥିଲେ, ଏବେ ଅଯୋଗ୍ୟ ଘୋଷିତ

ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ସଭାପତିଙ୍କର ୩ଟି ସନ୍ତାନ ଅଛନ୍ତି।

Apartment

Representation image

Ordigital Desk
  • Published: Wednesday, 31 July 2024
  • Updated: 31 July 2024, 09:37 PM IST

Sports

Latest News

ବିଜେଡି ସରକାର ସମୟରେ ସବୁ ଆଇନକୁ ମୋଡ଼ିମକଚି ନିଜର ପ୍ରତିନିଧିମାନଙ୍କୁ ବିଭିନ୍ନ ସମବାୟ ସଂସ୍ଥାର ସଭାପତି ପଦରେ ଆସୀନ କରିବା ଏବେ ମହଙ୍ଗା ପଡ଼ୁଛି । ମିଛ ତଥ୍ୟ ଦେଇ ସଭାପତି ହୋଇଥିବା ଅଭିଯୋଗରେ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଆଜି ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମ ସଭାପତି ପଦରୁ ଅଯୋଗ୍ୟ ଘୋଷଣା କରାଯିବା ସହ ନିଗମର ପରିଚାଳନା କମିଟିକୁ ମଧ୍ୟ ନିଲମ୍ବନ କରାଯାଇଛି । ଏହାସହିତ ତତ୍କାଳ ପ୍ରଭାବରୁ ସମବାୟ ବିଭାଗର ଅତିରିକ୍ତ ସଚିବ ଶୁଭ୍ରା ମହାନ୍ତିଙ୍କୁ ନିଗମର ପ୍ରଶାସକ ଭାବେ ନିଯୁକ୍ତି ମିଳିଛି । ଓଡ଼ିଶା ସମବାୟ ସୋସାଇଟି ଆଇନ-୧୯୬୨ର ଧାରା ୩୨(୭) ପ୍ରାବଧାନରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସମବାୟ ରେଜିଷ୍ଟ୍ରାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।

ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ସଭାପତିଙ୍କର ୩ଟି ସନ୍ତାନ ଅଛନ୍ତି । ଆଉ ସେ ଭୁଲ୍ ତଥ୍ୟ ଦେଇ ଏହି ପଦକୁ ହାତେଇଥିଲେ । ଏନେଇ ୨୦୨୨ ଅକ୍ଟୋବର ୧୦ତାରିଖରେ ଲକ୍ଷ୍ମୀସାଗର ଥାନାରେ ୪୨୦ ଦଫାରେ ଏକ ମାମଲା ରୁଜୁ ହୋଇଥିଲା । ଚଳିତବର୍ଷ ଜୁଲାଇ ୨୩ତାରିଖରେ ଲକ୍ଷ୍ମୀସାଗର ଥାନା ଏଏସଆଇ ଏ ନେଇ ତଥ୍ୟ ଦେଇଛନ୍ତି ।

Also Read

ଯାହାକି ସଭାପତି ଜାଲ୍ ତଥ୍ୟ ଦେଇଥିବାକୁ ପ୍ରମାଣିତ କରୁଛି । ଓଡ଼ିଶା ସମବାୟ ସୋସାଇଟି ଆଇନ-୧୯୬୨ର ଧାରା ୨୮(୩-ପି) ପ୍ରାବଧାନ ଆଧାରରେ ସଭାପତି ଅଯୋଗ୍ୟ ହୋଇଥିଲେ ମଧ୍ୟ ସେ ପରିଚାଳନା କମିଟିର ଅନୁମୋଦନ ଆଧାରରେ କାର୍ଯ୍ୟ ଜାରି ରଖିଥିଲେ । କେବଳ ସେତିକି ନୁହେଁ, ଧଉଳି ହାଇଟସ୍ ପ୍ରକଳ୍ପକୁ ନେଇ ଅନିୟମିତତାର ଅଭିଯୋଗ ମଧ୍ୟ ରହିଛି । ଏସବୁ କାରଣକୁ ଦୃଷ୍ଟିରେ ରଖି ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ପ୍ରଭୁ କଲ୍ୟାଣ ପଟ୍ଟନାୟକ ଆଜି ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ପରିଚାଳନା କମିଟିକୁ ନିରସ୍ତ୍ର ଘୋଷଣା କରିଛନ୍ତି । ତତ୍କାଳ ପ୍ରଭାବରୁ ରାଜ୍ୟ ସରକାର ଏହି ନିଗମକୁ ନିଜ ହାତକୁ ନେଇଛନ୍ତି । ସମବାୟ ବିଭାଗର ଅତିରିକ୍ତ ସଚିବ ଶୁଭ୍ରା ମହାନ୍ତିଙ୍କୁ ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି।

ବେଆଇନ ଭାବେ ପଦବୀ ହାତେଇବା ଓ ଅନିୟମିତତା ଆଦି ଅଭିଯୋଗରେ ରାଜ୍ୟ ସମବାୟ ରେଜିଷ୍ଟ୍ରାର ଆଜି ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡ ଓ ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ପରିଚାଳନା କମିଟିକୁ ନିରସ୍ତ୍ର କରିବା ପରେ ତତ୍କାଳ ପ୍ରଭାବରୁ ଏହି ଦୁଇ ସଂସ୍ଥାକୁ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story