/odisha-reporter/media/post_attachments/uploadimage/library/16_9/16_9_0/IMAGE_1724317222.jpg)
Excise Minister
ଚିକିଟି ମଦ ମୃତ୍ୟୁ ଘଟଣାରେ RDC ସ୍ତରୀୟ ତଦନ୍ତ ପାଇଁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ ୨ ଦିନ ଧରି ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ଦଳ ହଟ୍ଟଗୋଳ ଜାରି ରଖିଛନ୍ତି। ଗତକାଲି ମୁଖ୍ୟ ବିରୋଧୀ ଦଳ ବିଜେଡି ଏହି ମଦ ମୃତ୍ୟୁ ଘଟଣାରେ RDC ସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲା।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀ ଗୃହରେ ହଟ୍ଟଗୋଳ କରିବା ଯୋଗୁ ଗୃହ ଚାଲିପାରି ନଥିଲା। ବାଚସ୍ପତି ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ। ଏସବୁ ଭିତରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଚିକିଟି ମଦ ମୃତ୍ୟୁ ଘଟଣାରେ RDC ସ୍ତରୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ଆଜି କିମ୍ବା କାଲି ଭିତରେ RDC ତଦନ୍ତ ଆରମ୍ଭ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। RDC ତଦନ୍ତର ରିପୋର୍ଟ ୨ ମାସ ମଧ୍ୟରେ ଆସିବ। ଏହି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ଏହି ଘଟଣାକୁ ନେଇ କଠୋର ଅଛନ୍ତି। କଠୋରତାର ସହକାରେ ନିଷ୍ପତ୍ତି ନେଉଛନ୍ତି।
ଗତ ୨୦ ତାରିଖଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି। ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ କରାଯାଇଛି। ସେଗୁଡ଼ିକ ମଧ୍ୟ ରେଡ୍ କରାଯିବ। ବେଆଇନ ମଦ ଭାଟିକୁ ବୁଲଡୋଜର ସାହାଯ୍ୟରେ ଉଡ଼ାଇ ଦିଆଯିବ। ଆସନ୍ତା ବର୍ଷେ ଭିତରେ ବେଆଇନ ମଦ କାରବାର ବନ୍ଦ କରିଦିଆଯିବ। ଆମେ ରାଜ୍ୟ ବାସୀଙ୍କୁ ଏହି ଆଶ୍ୱସନା ଦେଉଛୁ ବୋଲି ମନ୍ତ୍ରୀ କହିଛନ୍ତି।
ଚିକିଟିଘଟଣାରେକାର୍ଯ୍ୟରେଅବହେଳାପାଇଁବ୍ରହ୍ମପୁରଅବକାରୀଅଧୀକ୍ଷକପ୍ରଦୀପପାଣିଗ୍ରାହୀଙ୍କୁଅନ୍ୟତ୍ରବଦଳିପାଇଁନିର୍ଦ୍ଦେଶଦିଆଯାଇଥିବାବେଳେବ୍ରହ୍ମପୁରଅବକାରୀଇନ୍ସପେକ୍ଟରରମେଶଚନ୍ଦ୍ରମହାନ୍ତିଓଏସ୍ଆଇପ୍ରସନ୍ନକୁମାରଜାଲିଙ୍କୁନିଲମ୍ବିତକରାଯାଇଛିବୋଲିଆଇନମନ୍ତ୍ରୀସୂଚନାଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
