Advertisment

‘ମୋଦି ସ୍ପଷ୍ଟ କଲେ, ନବୀନ ସ୍ପଷ୍ଟ କରନ୍ତୁ’

କ୍ରାଇମବ୍ରାଞ୍ଚ, ଇଓଡବ୍ଲ୍ୟୁ, ଗୁଇନ୍ଦା କାହିଁକି ଫେଲ ମାରିଲେ ? କେନ୍ଦ୍ର ସରକାରଙ୍କ ଏଜେନ୍ସି ପାଖରେ ଖବର ପହଞ୍ଚିଲା ହେଲେ ରାଜ୍ୟ ଚୁପ୍ କାହିଁକି ?

author-image
Manoj Swain
ଅଦ୍ୟତନ ହୋଇଛି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି । କେନ୍ଦ୍ରୀୟ ଏଜେନ୍ସି ଯଦି ଗଚ୍ଛିତ ଥିବା କଳା ଟଙ୍କା ଖବର ପାଇପାରିଲା ତେବେ, ଓଡ଼ିଶା ପୁଲିସ, ଗୋଇନ୍ଦା ଓ ଇଓଡବ୍ଲ୍ୟୁ କିଭଳି ଜାଣିପାରିଲା ନାହିଁ ? କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟକୁ ବିଜେଡି ସରକାର ସଂରକ୍ଷଣ ଦେଉଥିଲା କି ? ଏଭଳି କଡ଼ା ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Advertisment
Odisha BjD Bjp Naveen Patnaik IT Raid