Advertisment

‘ଗାନ୍ଧି ପରିବାରର ATM ଥିଲେ ଧୀରଜ ସାହୁ’

ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁଗାନ୍ଧି ପରିବାର ଧୀରଜଙ୍କୁ ବ୍ୟବହାର କରୁଥିଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଅଦ୍ୟତନ ହୋଇଛି
Dharmendra pradhan

Dharmendra pradhan

Advertisment

ଗାନ୍ଧି ପରିବାରର ATM ଥିଲେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ। ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଧୀରଜଙ୍କୁ ବ୍ୟବହାର କରୁଥିଲେ ଗାନ୍ଧି ପରିବାର। ଆଜି କିଛି ଏଭଳି ଢଙ୍ଗରେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ଜବତ ହୋଇଥିବା ୩୫୧କୋଟି ଟଙ୍କା କୁଆଡ଼ୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, ଅନେକ ରାଜ୍ୟର ଅବକାରୀ ନିୟମକୁ ନିଜ ଢଙ୍ଗରେ ଚଳାଉଥିଲେ ଧୀରଜ। ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ । ଏମିତିକି ଗାନ୍ଧି ପରିବାରର ବେଶ୍ ନିକଟତର ଥିଲେ। ତେଣୁ ଏବେ ଆୟକର ବିଭାଗ ତଦନ୍ତ କରୁଛି, ସବୁ ସତ ପଦାକୁ ଆସିବ ବୋଲି ଦୋହରାଇଛନ୍ତି ଧର୍ମେନ୍ଦ୍ର।

ସେ ଆହୁରି କହିଛନ୍ତି, ରେଡ୍‌ର ସପ୍ତାହ ପରେ ଧୀରଜ ସାହୁଙ୍କ ମନ୍ତବ୍ୟ ଲୋକଙ୍କର ହଜମ ହେଉନି। ଅନେକ ରାଜ୍ୟର ଅବକାରୀ ନୀତିକୁ ଧୀରଜ ନିଜ ଇଚ୍ଛାରେ ଚଳାଉଥିଲେ। ବେଆଇନ ଭାବେ ଟଙ୍କା ଉପାର୍ଜନ କରିବା ତାଙ୍କର ବ୍ୟବସାୟ ପାଲଟିଥିଲା। ଧୀରଜ ଗାନ୍ଧି ପରିବାରର ଅତି ନିକତର ଥିଲେ।

Advertisment

ସୂଚନାଯୋଗ୍ୟ, ଆୟକର ରେଡକୁ ନେଇ ଗତକାଲି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଥିଲେ ସାଂସଦ ଧୀରଜ ସାହୁ।  ଜବତ ହୋଇଥିବା ଟଙ୍କା ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ଟଙ୍କା। ସେଗୁଡ଼ିକ ତାଙ୍କ ପାରିବାରିକ ବ୍ୟବସାୟର ଟଙ୍କା ବୋଲି ସେ କହିଥିଲେ।

ସେ  ଆହୁରି କହିଥିଲେ,ଯେଉଁ ନଗଦ ଟଙ୍କା ଜବତ ହୋଇଛି ମଦ ଫାର୍ମର ଟଙ୍କା । ମଦ ବିକ୍ରି ସହ ଜଡ଼ିତ ଥିବା ଏହି ଟଙ୍କା କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୀତିକ ଦଳର ନୁହେଁ । ମିଳିଥିବା ଟଙ୍କା ମୋ’ ନିଜର ନୁହେଁ । ଏହା ଆମ ପରିବାରର ଓ ଅନ୍ୟ ସମ୍ବର୍ଦ୍ଧିତ ଫାର୍ମର। ପ୍ରତ୍ୟେକ ଟଙ୍କାର ହିସାବ ଦିଆଯିବ।   ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ଅଭିଯୋଗ ନେଇ ଧୀରଜ କିମ୍ବା କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Bjp Congress Dhiraj Sahu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe