କାହିଁକି ସରୁନି ଟିକେଟ୍ ଘୋଷଣା ?

  • Published: Tuesday, 09 April 2024
  • , Updated: 09 April 2024, 12:23 PM IST

ତୁଟୁନି ଦ୍ବନ୍ଦ୍ବ । ହୋଇ ପାରୁନି ଟିକେଟ୍ ଘୋଷଣା । ଦିନ ପରେ ଦିନ ଗଡୁଛି । ଆଉ ରାଜଧାନୀରେ ଡେରା ପକାଇ ବସିଛନ୍ତି ଆଶାୟୀ । ଏ ଚିତ୍ର ନବୀନ ନିବାସର । ପ୍ରତି ଦିନ ଏମିତି ଜମୁଛି ଆଶାୟୀ ଓ ସମର୍ଥକଙ୍କ ମେଳି । ସେହିପରି ବିଜେଡି ପାର୍ଟି କାର୍ଯ୍ୟାଳୟ ଶଙ୍ଖ ଭବନରେ ବି ଟିକେଟ୍ ଲବିରେ ମେଳି ବାନ୍ଧୁଛନ୍ତି ଆଶାୟୀ । ନିମାପଡାରେ ଟିକେଟ୍ ଘୋଷଣା ହୋଇନଥିବା ବେଳେ ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଟିକେଟ୍ ଲବିରେ ଆସିଛନ୍ତି ରୋଜାଲିନ୍ ନାୟକ । ଏପଟେ ସମାନ ସ୍ଥିତି ବିଜେପି ରାଜ୍ୟ କାର୍ଯ୍ୟାଳୟରେ । ଦେଖନ୍ତୁ ପୂରା ରିପୋର୍ଟ। 

Related story