Advertisment

ବଦଳିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ

ଓଡ଼ିଶା ସହିତ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Ajoy Kuman

Ajoy Kuman

ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନିଯୁକ୍ତ ହେଲେ ନୂଆ ପ୍ରଭାରୀ। ଡାକ୍ତର ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଏଆଇସିସି। ଓଡ଼ିଶା ସହିତ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଥିବା ଡାକ୍ତର ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ କରିଛି ଏଆଇସିସି।

ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର ଜଣେ ଡାକ୍ତର। ୧୯୮୫ ମସିହାରେ ସେ ପୁଡୁଚେରୀରୁ ଏମ୍‌ବିବିଏସ୍ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଭାରତୀୟ ପୁଲିସ୍ ସେବାରେ ଯୋଗ ଦେଇଥିଲେ। ସେ ୧୯୮୬ ବ୍ୟାଚ୍‌ର ବିହାର କ୍ୟାଡରର ଆଇପିଏସ୍ ଅଫିସର ଥିଲେ। ୧୯୮୬ରୁ ୧୯୯୬ ପର୍ଯ୍ୟନ୍ତ ସେ ଆଇପିଏସ୍ ଭାବେ ଚାକିରି କରିଥିଲେ। ୧୯୯୬ରେ ସେ ଚାକିରି ଛାଡ଼ି ଟାଟା ମୋଟର୍ସରେ ଏକ ବରିଷ୍ଠ ପଦବୀରେ ଯୋଗ ଦେଇଥିଲେ। ତା’ପରେ ରାଜନୀତିକୁ ଆସିଥିଲେ। 

Advertisment

୨୦୧୧ରେ ଜାମସେଦପୁର ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ସେ ବିଜୟୀ ହୋଇଥିଲେ। ସେତେବେଳେ ସେ ଝାରଖଣ୍ଡ ବିକାଶ ମୋର୍ଚ୍ଚା (ପ୍ରଜାତନ୍ତ୍ରିକ)ର ସଦସ୍ୟ ଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ଏହି ଆସନରୁ ହାରି ଯାଇଥିଲେ। ୨୦୧୪ ଅଗଷ୍ଟ ମାସରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ। ୨୦୧୯ରେ ସେ ଆପ୍‌ରେ ଯୋଗ ଦେଇଥିଲେ। କିନ୍ତୁ ୨୦୨୦ରେ ପୁଣି କଂଗ୍ରେସକୁ ଫେରି ଆସିଥିଲେ। ନୂଆ ଦାୟିତ୍ୱ ପାଇବା ପୂର୍ବରୁ ସେ ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରା ପ୍ରଦେଶ କଂଗ୍ରେସର ପ୍ରଭାରୀ ରହିଥିଲେ। 

ଅନ୍ୟପକ୍ଷରେ ଆଜି ଆହୁରି ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ନୂଆ ଦଳୀୟ ପ୍ରଭାରୀ ନିଯୁକ୍ତ କରିଛି ଏଆଇସିସି। ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସ ପ୍ରଭାରୀ କରାଯାଇଥିବା ବେଳେ ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ଼, ମୁକୁଲ ୱାସନିକ୍‌ଙ୍କୁ ଗୁଜରାଟ, ସୁଖଜିନ୍ଦର ସିଂହ ରାନ୍ଧ୍ୱାଙ୍କୁ ରାଜସ୍ଥାନ, ଦେବେନ୍ଦ୍ର ଯାଦବଙ୍କୁ ପଞ୍ଜାବ, ମାନିକରାଓ ଠାକରେଙ୍କୁ ଗୋଆ, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲୀ, ଗିରିଶ ଚୋଡ଼ଙ୍କରଙ୍କୁ ତ୍ରିପୁରା, ସିକ୍କିମ, ମଣିପୁର ଓ ନାଗାଲାଣ୍ଡ, ଏମ୍ ଟାଗୋରଙ୍କୁ ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ ଦେଇଛି ଏଆଇସିସି। 

Congress Pcc Ajoy Kumar