Advertisment

‘ଅକ୍ଟୋବରରୁ ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ‘

ଜଣେ ହିତାଧିକାରୀ ୨୦ କେଜି ଚାଉଳ ସହ ୫କେଜି ଗହମ ନେଇ ପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
wheat

wheat

Advertisment

ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ଏନେଇ  ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ପୂର୍ବ ସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ। ଏବେ ଅର୍ଡର୍ ଆସିଛି, ହିତାଧିକାରୀ ମୁଣ୍ଡ ପିଛା ଏକ ପଞ୍ଚମାଂଶ ଗହମ ମଳିବ। ଅର୍ଥାତ ଜଣେ ହିତାଧିକାରୀଙ୍କୁ ୨୦ ପ୍ରତିଶତ ଗହମ ମିଳିବ। ଜଣେ ହିତାଧିକାରୀ ୨୦ କେଜି ଚାଉଳ ସହ ୫କେଜି ଗହମ ନେଇ ପାରିବେ। ଯଦି ଜଣେ ହିତାଧିକାରୀ ଚାହିଁବେ ୧୫ କେଜି ଚାଉଳ  ସହ ୧୦କେଜି ଗହମ ମଧ୍ୟ ନେଇପାରିବେ। 

ମନ୍ତ୍ରୀ କହିଛନ୍ତି, ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ସେମାନଙ୍କର E - kyc  ଯାଞ୍ଚ ଚାଲିଛି। ଯାଞ୍ଚ ପରେ ସେମାନଙ୍କୁ ରାସନକାର୍ଡ ମିଳିବ।  E - kyc ଯାଞ୍ଚ ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଅଧିକ ରହିଛି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ପୂର୍ବ ସରକାର ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ସାଧାରଣବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ କରି ଦେଇଥିଲେ। ରାଜ୍ୟର ହିତାଧିକାରୀଙ୍କୁ କେବଳ ଚାଉଳ ଦେବା ପାଇଁ ସେତେବଳେ ନିଷ୍ପତ୍ତି ନେଇଥିଲେ।

BjD Bjp State Bjp Wheat Harvest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe