Advertisment

ନିତି ଆୟୋଗ ରିପୋର୍ଟ: ମାଲକାନଗିରି ସବୁଠୁ ଗରିବ ଜିଲ୍ଲା

ରାଜସ୍ଥାନ ଅଷ୍ଟମ ଗରିବ ରାଜ୍ୟରୁ ତଳକୁ ଖସି ସପ୍ତମ ସ୍ଥାନରେ ପହଞ୍ଚିଛି ।

ଅଦ୍ୟତନ ହୋଇଛି
poor countries

poor countries

Advertisment

ଗତ ପାଞ୍ଚ ବର୍ଷ ଭିତରେ ଦେଶରେ ଦାରିଦ୍ର୍ୟ ଦୂରୀକରଣରେ ବଡ଼ ଧରଣର ସଫଳତା ମିଳିଛି। ସାରା ଦେଶରେ ରେକର୍ଡ ୧୩.୫ କୋଟି ଲୋକ ଦାରିଦ୍ର୍ୟ ରାକ୍ଷାସ କବଳରୁ ମୁକ୍ତି ପାଇଛନ୍ତି। ୫ ବର୍ଷ ଭିତରେ ଓଡ଼ିଶାର ୬୨ ଲକ୍ଷ ୬୨ ହଜାର ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି। ନୀତି ଆୟୋଗର ସଦ୍ୟ ପ୍ରକାଶିତ ଦ୍ୱିତୀୟ ସଂସ୍କରଣ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀରୁ ଏହା ଜଣାପଡ଼ିଛି। 

Advertisment

ଆର୍ଥିକ ବର୍ଷ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଏହି ସଫଳତା ମିଳିଛି। ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମୀଣ ଦାରିଦ୍ର୍ୟ ହାର ୩୨.୬୪ ପ୍ରତିଶତରୁ ୧୭.୭୨ ପ୍ରତିଶତକୁ ଖସିଥିବା ବେଳେ ସହରାଞ୍ଚଳରେ ସେହି ହାର ୧୨.୩୨ ପ୍ରତିଶତରୁ ୫.୪୨ ପ୍ରତିଶତକୁ ହ୍ରାସ ପାଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନାଗିରି ଦାରିଦ୍ର୍ୟ ହାର ରାଜ୍ୟରେ ସର୍ବାଧିକ ୪୫.୦୧ ପ୍ରତିଶତ ଥିବା ବେଳେ ପୁରୀରେ ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି। ସେହିପରି କୋରାପୁଟରେ ୩୩.୫୪ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ ଓ ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ ଦାରିଦ୍ର୍ୟ ହାର ରହିଛି। 

ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସମ୍ବଲପୁରରେ ଦାରିଦ୍ର୍ୟ ହାର ୧୦ ପ୍ରତିଶତରୁ କମ୍ ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିଛି।

Advertisment

ନୀତି ଆୟୋଗ ରିପୋର୍ଟ ଅନୁସାରେ, ୨୦୨୧ର ବହୁମୁଖୀ ଦାରିଦ୍ର୍ୟ ସୂଚୀରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମେଘାଳୟ, ଆସାମ, ଛତିଶଗଡ, ରାଜସ୍ଥାନ ପରେ ଓଡ଼ିଶା ଥିଲା। ଦେଶର ନବମ ଗରିବ ରାଜ୍ୟ। କିନ୍ତୁ ଚଳିତ ସଂସ୍କରଣରେ ଓଡ଼ିଶା ଗରିବୀ ରାଜ୍ୟ ତାଲିକାରେ ଆଉ ଗୋଟେ ସ୍ଥାନ ତଳକୁ ଖସି ଦେଶର ଅଷ୍ଟମ ଗରିବ ରାଜ୍ୟରେ ପରିଣତ ହୋଇଛି। ରାଜସ୍ଥାନ ଅଷ୍ଟମ ଗରିବ ରାଜ୍ୟରୁ ତଳକୁ ଖସି ସପ୍ତମ ସ୍ଥାନରେ ପହଞ୍ଚିଛି।

ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରି ଏହି ରିପୋର୍ଟକୁ ଉନ୍ମୋଚନ କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଧାରଣ ମାନ ଭଳି ୧୨ଟି ଗୁରତ୍ୱପୂର୍ଣ୍ଣ ମାନଦଣ୍ଡ ଆଧାରରେ ନିତି ଆୟୋଗ ଏହି ରିପୋର୍ଟ ପ୍ରସ୍ତୁତ କରିଛି। 

Odisha Poor Countries
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe