Advertisment

‘ଓଡ଼ିଶାରେ ଚାଲିଛି ବ୍ୟୁରୋକ୍ରାଟ୍ ସରକାର’

ସବୁଆଡ଼େ ଇଡି, ସିବିଆଇ ରେଡ୍ କରୁଛି ହେଲେ ଓଡ଼ିଶାରେ କାହିଁକି କରୁନି?

author-image
Tapaswini Nayak
congress

congress

ରାଜ୍ୟରେ ବ୍ୟୁରୋକ୍ରାଟ୍ ସରକାର ଚାଲିଛି। ଓଡ଼ିଶା IAS ଓ IPS ଅଧିକାରୀ ଚଳାଉଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ନୂଆ କଂଗ୍ରେସ ପ୍ରଭାରୀ କରିଛନ୍ତି ଅଜୟ କୁମାର।

Advertisment

ସେ କହିଛନ୍ତି, ନେତାଙ୍କ ଅଧୀନରେ ଆଇଏଏସ୍ , ଆଇପିଏସ୍ କାମ କରିବା ଉଚିତ୍। ହେଲେ ଏଠାରେ ଆଇଏଏସ୍ ଓ ଆଇପିଏସ୍ ସରକାର ଚଳାଉଛନ୍ତି। ଏଠାରେ ମନ୍ତ୍ରୀ, ବିଧାୟକଙ୍କର କୌଣସି ସମ୍ମାନ ନାହିଁ। ସବୁଆଡ଼େ ଇଡି, ସିବିଆଇ ରେଡ୍ କରୁଛି ହେଲେ ଓଡ଼ିଶାରେ କାହିଁକି କରୁନି?

ସେ ଆହୁରି କହିଛନ୍ତି, ଓଡ଼ିଶାରେ ବିଜେପି-ବିଜେଡି ଦୁଇ ଭାଇ। ବିଜେପିକୁ ୧୫ ସିଟ୍ ଦେବାକୁ ବୁଝାମଣା ହୋଇଛି। ବାକି ୬ ସିଟ୍ ପାଇଁ ବିଜେଡି- ବିଜେପି ମଧ୍ୟରେ କଥାବାର୍ତ୍ତା ଚାଲିଛି। ଏହା ଏକମାତ୍ର ରାଜ୍ୟ ଯେଉଁଠି ବାହାର ଲୋକଙ୍କ ଦବଦବା ଭାରି। ଠିକାଦାରୀ ବାହାର ଲୋକଙ୍କୁ ଦିଆଯାଉଛି, ଏଠି କଣ ଠିକାଦାର ନାହାନ୍ତି?

Advertisment

ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାୟୀ କରିଛନ୍ତି ଅଜୟ କୁମାର। ଏଥିସହ ସେ କହିଛନ୍ତି, ରାହୁଲ ଗାନ୍ଧି ଆସୁଛନ୍ତି, ପୂରା ରାଜ୍ୟ ବୁଲି ଲୋକଙ୍କ ପାଖକୁ ଯିବୁ।

ଆସନ୍ତା ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ। ନବ ନିଯୁକ୍ତ ପ୍ରଭାରୀ ଅଜୟ କୁମାର ଏହାର ନେତୃତ୍ୱ ନେଉଛନ୍ତି ଅନ୍ୟପକ୍ଷରେ ଅଜୟ କୁମାରଙ୍କ ଅଭିଯୋଗ ନେଇ ବିଜେପି ପ୍ରତିକ୍ରିୟା ରଖିଥିବା ବେଳେ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, କଂଗ୍ରେସର ସାଂସଦ ଧୀରଜ ସାହୁ ବିଜୁ ଜନତା ଦଳ ସହଯୋଗରେ ଓଡ଼ିଶାରେ ତିନିଶହ ୫୦ କୋଟି ଟଙ୍କା ମଦ ବେପାର କରି ଓଡ଼ିଶାରେ ଗଚ୍ଛିତ କରି ରଖିଥିଲେ। ଏଥିରୁ ଜଣାପଡ଼ୁଛି କାହା ମଧ୍ୟରେ ଭଲ ସଂପର୍କ ରହିଛି? କଂଗ୍ରେସ ଓ ଦୁର୍ନୀତି ହେଉଛନ୍ତି ଦୁଇ ଭାଇ । ପ୍ରଥମେ କଂଗ୍ରେସ ଦୁର୍ନୀତି ବନ୍ଦ କରୁ, ତାହା ପରେ ନିଜର ମନ୍ତବ୍ୟ ଦେବ।

Congress