Advertisment

କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, କହିଲେ- ରାଜ୍ୟରେ କୁଶାସନ ଚାଲିଛି

କଂଗ୍ରେସରେ ଯୋଗଦେବା ପରେ ସେ ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରି କହିଛନ୍ତି। ସେ କହିଛନ୍ତି, ଏବେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରୁନି।

author-image
Niranjan Mishra
ଅଦ୍ୟତନ ହୋଇଛି
Odisha’s ex-chief secretary Bijay Patnaik to join Congress

Odisha’s ex-chief secretary Bijay Patnaik to join Congress

ଆଜି ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। କଂଗ୍ରେସରେ ଯୋଗଦେବା ପରେ ସେ ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରି କହିଛନ୍ତି, ଏବେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ରାଜ୍ୟରେ କୁଶାସନ ଚାଲିଛି। ରାଜ୍ୟରେ ଦୁର୍ନୀତି ଓ ହିଂସାର ବାତାବରଣ ଚାଲିଛି। ଏବେ ସାଧାରଣ ଲୋକ କାହା ପାଖକୁ ଯିବେ ଜାଣିପାରୁନାହାନ୍ତି।

Advertisment

ବିଜେଡି କେବଳ ଭୋଟ ସର୍ବସ୍ୱ ହୋଇଯାଇଛି। ଗଣତନ୍ତ୍ର ଚାଲିବ କେମିତି ? ଏ ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର। ଓଡ଼ିଶାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେବା ଦରକାର। ୪୦ ବର୍ଷର ନୀତି ଆଦର୍ଶ ଆଧାରରେ ଓଡ଼ିଶା ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶାରେ ଭାଇବ୍ରାଣ୍ଟ କଂଗ୍ରେସ ପାଇଁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।

ସେହିପରି କେଉଁଠାରୁ ନିର୍ବାଚନ ଲଢ଼ିବେ ପଚାରିବାରୁ ସେ ଉତ୍ତରରେ ଏଆଇସିସି ଉପରେ ନିଷ୍ପତ୍ତି ଛାଡ଼ିଥିବା କହିଛନ୍ତି।

Advertisment

ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲା କୁମାର ଓ ଅନ୍ୟ କଂଗ୍ରସ ନେତାମାନେ ବିଜୟ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ ବିଧିବଦ୍ଧ ଭାବେ କଂଗ୍ରସରେ ମିଶାଇଥିଲେ।

୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ରେ ସେ ଅବସର ନେଇଥିଲେ।

Congress Odisha Politics