୫ ବର୍ଷ ଭିତରେ ଓଡ଼ିଶାକୁ ୧ ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିବ: ରେଳ ମନ୍ତ୍ରୀ

ଏଥର ରଥଯାତ୍ରା ସମୟରେ ଓଡ଼ିଶାରେ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ। ୨୫ ଜିଲ୍ଲାକୁ ସ୍ୱତନ୍ତ୍ର ଟ୍ରେନ ଆସିବ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

  • Published: Sunday, 30 June 2024
  • , Updated: 30 June 2024, 01:18 PM IST

୧୦ ବର୍ଷ ତଳେ ଓଡ଼ିଶାକୁ ମାତ୍ର ୮ ଶହ କୋଟି ରେଲୱେ ଅନୁଦାନ ମିଳୁଥିଲା। ଓଡ଼ିଶାରେ ରେଳ ସ୍ୱପ୍ନକୁ ବର୍ଷ ବର୍ଷ ଧରି ଗୁରୁତ୍ୱ ଦିଆଯାଉ ନଥିଲା । କିନ୍ତୁ ଗତ ୧୦ ବର୍ଷ ଭିତରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ସମୟରେ ଓଡ଼ିଶାକୁ ୩ ବର୍ଷ ହେଲା ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କାର ଅନୁଦାନ ମିଳୁଛି। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୫୩୬ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। ଓଡ଼ିଶାରେ ରେକର୍ଡ ୧ ହଜାର ୮୪୬ କିଲୋମିଟର ନୂଆ ରେଳ ଲାଇନ୍ ତିଆରି ହୋଇଛି। ସଂପୂର୍ଣ୍ଣ ଶ୍ରୀଲଙ୍କାର ରେଳ ନେଟୱର୍କ ହେଉଛି ୧୭ ଶହ କିଲୋମିଟର। ତା’ଠାରୁ ଅଧିକ କିଲୋମିଟରର ରେଳ ଲାଇନ ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ହୋଇଛି । ପୂର୍ବ ସରକାର ସମୟରେ କାମ ଆଗେଇ ପାରୁନଥିଲା। ବିଜେପି ସରକାର ଓଡ଼ିଶାରେ ଆସିଲା। ଓଡ଼ିଶାରେ ଏବେ ନୂଆ ରେକର୍ଡ ହେବ। ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାକୁ ୧ ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିବ।

ଏଥର ରଥଯାତ୍ରା ସମୟରେ ଓଡ଼ିଶାରେ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ। ୨୫ ଜିଲ୍ଲାକୁ ସ୍ୱତନ୍ତ୍ର ଟ୍ରେନ ଆସିବ। ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ କ୍ଲଷ୍ଟର ଓଡ଼ିଶାରେ ହେବ । ସେମି କଣ୍ଡକ୍ଟର ଶିଳ୍ପ ପାଇଁ ମଧ୍ୟ ଟ୍ରେନିଂ ବ୍ୟବସ୍ଥା କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Related story