Advertisment

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କେହି ନାହିଁ, ବଢ଼ିଲା ମେଂଟ ସମ୍ଭାବନା

ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେବାର ସମ୍ଭାବନା ଅଧିକ ହୋଇଛି।

bjp

bjp

Advertisment

ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେବାର ସମ୍ଭାବନା ଅଧିକ ହୋଇଛି। ଆଜି ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଆଉ ୭୨ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ମଧ୍ୟ ସେଥିରେ ଓଡ଼ିଶାରୁ କାହାରି ନାମ ସ୍ଥାନ ପାଇନି। ଯାହାକି ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ସମ୍ଭାବନାକୁ ଅଧିକ ବଳ ଯୋଗାଇଛି।

Advertisment

ସୂଚନା ଅନୁସାରେ, ବିଜେପି ଆଗାମୀ ଲୋକସଭା ନିର୍ବାଚନ ପାଇଁ ନିଜର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବରୁ ୧୯୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବିଜେପି ଆଜି ଆଉ ୭୨ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଏଥିରେ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ସ୍ଥାନ ପାଇନି। ଆଜି ଯେଉଁ ୭୨ଟି ଆସନ ପାଇଁ ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ଗୁଜୁରାଟର ୧୦, ହରିଆଣାର ୬, କର୍ଣ୍ଣାଟକର ୨୦, ହିମାଚଳ ପ୍ରଦେଶର ୨, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୨୦, ତେଲେଙ୍ଗାନାର ୬, ଦିଲ୍ଲୀ ଓ ଉତ୍ତରାଖଣ୍ଡର ୨ଟି ଲେଖାଏଁ ଏବଂ ତ୍ରିପୁରା ଓ ଦାଦର-ନଗରହାଭେଳିର ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି।

ତେବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ମିଶାଇ ମୋଟ ୨୬୭ଟି ଲୋକସଭା ଆସନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି। ମାତ୍ର ଓଡ଼ିଶାର କୌଣସି ସିଟ୍ ଏହି ତାଲିକାରେ ନଥିବାରୁ ମେଂଟ ସମ୍ଭାବନା ଉଜ୍ୱଳ ହୋଇଛି। ଆଜି ରାଜ୍ୟ ବିଜେପି କୋର ଟିମ୍ ସଦସ୍ୟମାନେ ଦଳର ବରିଷ୍ଠ ନେତା ତଥା  କେନ୍ଦ୍ରଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟି ସମ୍ଭାବ୍ୟ ମେଂଟ ଉପରେ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ଏପଟେ ମେଂଟକୁ ନେଇ ବିଜେଡି ମଧ୍ୟ ବେଶ୍ ଆଶାବାଦୀ ରହିଛି। ଦୁଇ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ମେଂଟ ଫର୍ମୂଲା ଓ ଆସନ ବୁଝାମଣା ସରିଥିବାରୁ ଏବେ କେବଳ ଘୋଷଣା ବାକି ଥିବା ଚର୍ଚ୍ଚା ହେଉଛି।

Advertisment

ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ଆନୁଷ୍ଠାନିକ ଘୋଷଣା ହୋଇନଥିବାରୁ ବିଜେପି ଓଡ଼ିଶାରେ ନିଜର ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରୁନି ବୋଲି ରାଜନୀତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି। ସମ୍ଭବତଃ ଦୁଇ-ତିନି ଦିନ ମଧ୍ୟରେ ରାଜ୍ୟରେ ମେଂଟକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଜଣାପଡ଼ିଛି।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe