Advertisment

‘ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ଜିତିବ’

ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ ବୋଲି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
Manmohan Samal

Manmohan Samal

Advertisment

ଦିଲ୍ଲୀରୁ ଫେରିବା ପରେ ଆଜି ସକାଳେ ମାପିଚୁପି ମନ୍ତବ୍ୟ ରଖିଥିବା ବିଜେପି ସଭାପତି ମନମୋହନ ସାମଲ କିନ୍ତୁ ପୁଣି ଥରେ ନିଜ ପୁରୁଣା କଥା ଦୋହରାଇଛନ୍ତି। ମଧ୍ୟାହ୍ନ ସମୟରେ ମନମୋହନ ଦେଇଥିବା ମନ୍ତବ୍ୟରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ମନମୋହନ କହିଛନ୍ତି,ଓଡ଼ିଶାରେ ବିଜେପିର ସରକାର ହେବ । ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ, ନିର୍ବାଚନ ଲଢ଼ିବୁ । ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ି। ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ। ଓଡ଼ିଶାର ଲୋକମାନେ ଏଥର ନିର୍ବାଚନ ଦାୟିତ୍ୱ ନେବେ। 

ଏଥିସହ ସେ କହିଛନ୍ତି, କେନ୍ଦ୍ରରେ ତୃତୀୟ ଥର ଓ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଠନ କରିବ । ଲୋକଙ୍କ ସାହାଯ୍ୟ, ସହଯୋଗ ନେଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ । ଓଡ଼ିଶା ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଆସନ୍ତାକାଲି ଅପରାହ୍ନରେ ନିର୍ବାଚନ କମିଟି ବସି ସବିଶେଷ ରିପୋର୍ଟ କେନ୍ଦ୍ରୀୟ ବିଜେପି ନେତାଙ୍କ ନିକଟକୁ ପଠାଯିବ । ତେଣୁ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଉ ନ ଥିବା ନେଇ ଏବେ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ଚର୍ଚ୍ଚା ହେଉଛି। 

Advertisment

ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଗତ କିଛି ଦିନ ଧରି ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ବିଜେପି ନିଜ ଦୁଇ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଥିବା ବେଳେ ଓଡ଼ିଶାର ଗୋଟିଏ ବି ସିଟ୍‌ ନାଁ ଉଲ୍ଲେଖ ନାହିଁ। ଅପରପକ୍ଷେ, ବିଜେଡି ମଧ୍ୟ ଏଯାବତ ନିଜ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହିଁ। ଏହାବାଦ ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ନେଇ ଶୀର୍ଷସ୍ତରୀୟ ନେତୃତ୍ୱଙ୍କ ବୈଠକ ଏହି ମେଣ୍ଟ ଚର୍ଚ୍ଚାକୁ ବେଶ୍‌ ଖୋରାକ ଯୋଗାଉଥିଲା।

 ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବନି,ବିଜେପି ଏକା ଲଢ଼ିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ କରି ଆସୁଥିଲେ। ମାତ୍ର ଏହାପରେ ବି ମେଣ୍ଟ ହେବା ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା।

ଏହାମଧ୍ୟରେ ୪ ଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ମନମୋହନ ସାମଲ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଘନ ଘନ ବୈଠକ କରିଥିଲେ।ଗତକାଲି ମନମୋହନ ସାମଲଙ୍କ ଟିମ୍‌ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ଆଜି ସକାଳେ ସେମାନେ ଓଡ଼ିଶା ଫେରିଥିଲେ।  ମାତ୍ର ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା ବେଳେ ସେ ମେଣ୍ଟକୁ ନେଇ ମାପିଚୁପି ମତ ରଖିଥିଲେ, ଯାହାକୁ ନେଇ ପୁଣିଥରେ ମେଣ୍ଟ ଅଙ୍କକୁ ନେଇ ହଟଚମଟ ଦେଖାଦେଇଥିଲା।

ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲ ପ୍ରତିକ୍ରିୟା ଦେଇ ସକାଳେ କହିଥିଲେ, 'ସବୁ ଠିକ୍ ଚାଲିଛି ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ଆମେ ସବୁ ବିଷୟରେ ବିଚାର ଆଲୋଚନା କରୁଛୁ। ମାତ୍ର ମେଣ୍ଟ ହେବ ନା ନାହିଁ ଏନେଇ ସେ ସଫା ସଫା କିଛି କହି ନ ଥିଲେ।

କିନ୍ତୁ ମଧ୍ୟାହ୍ନ ସମୟରେ ମନମୋହନ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି। ଏପରିକି ରୋକଠୋକ ଭାବେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଓ ଜିତିବ ବୋଲି ବି ସେ ସ୍ପଷ୍ଟ ଭାବେ କହିଛନ୍ତି ।

ଅପରପକ୍ଷେ, ଆଜି ଅପରାହ୍ନରେ ବିଜେଡିର ହେଭିୱେଟ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ କ’ଣ ଆଲୋଚନା ହେବ ଓ ତା’ର ନିଷ୍କର୍ସ କ’ଣ ବାହାରିବ ତାହା ଉପରେ ସମସ୍ତଙ୍କ ନଜର।

BjD Bjp Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe