Advertisment

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ଓ ତାଙ୍କ ଟିମ୍ ଭେଟିବା ସହ ଓଡ଼ିଶା ପାଇଁ ୨୦୩୬ ଓ ୨୦୪୭ ମସିହା ପାଇଁ ଦୁଇଟି ଭିଜନ୍ ଡକ୍ୟୁମେଂଟ ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରିଛନ୍ତି।

author-image
Ordigital Desk
Mohan charan majhi

Mohan charan majhi

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ପୂର୍ବରୁ ରାଜ୍ୟର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ୨୦୪୭ ମସିହା ସୁଦ୍ଧା ରାଜ୍ୟର ଅର୍ଥନୀତିକୁ ଦେଢ଼ ଟ୍ରିଲିୟନ ଡଲାରରେ ପହଂଚାଇବାକୁ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Advertisment

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ଓ ତାଙ୍କ ଟିମ୍ ଭେଟିବା ସହ ଓଡ଼ିଶା ପାଇଁ ୨୦୩୬ ଓ ୨୦୪୭ ମସିହା ପାଇଁ ଦୁଇଟି ଭିଜନ୍ ଡକ୍ୟୁମେଂଟ ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ୱୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡ଼ିଶା ଏକ ଗ୍ରୋଥ୍ ଇଞ୍ଜିନ ହେବାର ଲକ୍ଷ୍ୟ ରହିଛି । ଏହାପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟରେ ରଖି ଦୁଇଟି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏବେ ଓଡ଼ିଶାର ଅର୍ଥନୀତିର ଆକାର ୧୦୦ ବିଲିୟନ ଡଲାରରୁ ଅଧିକ ହୋଇଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ହାସଲ ପାଇଁ ଓଡ଼ିଶା ଲକ୍ଷ୍ୟ ରଖିଛି।

ସେହିପରି ନୀତି ଆୟୋଗ ସିଇଓ ଶ୍ରୀ ସୁବ୍ରମଣ୍ୟମ୍ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶାର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ରହିଛି। ୨୦୪୭ର ବିକାଶ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର। ଓଡ଼ିଶା କ୍ଷେତ୍ରରେ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି।

Advertisment

ସେହିପରି ଏହି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ । ନୀତି ଆୟୋଗ ସହଯୋଗରେ ଆସନ୍ତା ୩ମାସ ମଧ୍ୟରେ ଓଡ଼ିଶା ପାଇଁ ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ କରାଯିବ । ଏହି ଡକ୍ୟୁମେଂଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କଠୁ ମତାମତ ନିଆଯିବ । ଭିଜନ ଡକ୍ୟୁମେଂଟର କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।
ଆଜିର ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Bjp