Advertisment

ରାତି ପାହିଲେ ଭୋଟ ଦେବ ଓଡ଼ିଶା: ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ହେବ ମତଦାନ

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ସମସ୍ତ ବିଧାନସଭା ସିଟରେ ମତଦାନ ଲାଗି ସରିଛି ସବୁ ପ୍ରକାର ପ୍ରସ୍ତୁତି।

Odisha

Odisha

Advertisment

ରାତି ପାହିଲେ ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଦେଶରେ ଚତୁର୍ଥ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ। ରାତି ପାହିଲେ ଭୋଟ୍ ଦେବେ ରାଜ୍ୟର ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନର ଭୋଟର। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ସମସ୍ତ ବିଧାନସଭା ସିଟରେ ମତଦାନ ଲାଗି ସରିଛି ସବୁ ପ୍ରକାର ପ୍ରସ୍ତୁତି।

Advertisment

ଏଥିପାଇଁ ନିର୍ବାଚନ କମିଶନ୍ ତଥା ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି। ସମସ୍ତ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି। କଡ଼ା ସୁରକ୍ଷା ଲାଗି ମୁତୟନ ହୋଇଛନ୍ତି ୧୭ ହଜାର ପୁଲିସ୍ ଫୋର୍ସ। ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ ଥିବା ୫ଟି ବୁଥକୁ ଆଜି ବାୟୁସେନାର ହେଲିକପ୍ଟର ଯୋଗେ ଯାଇଛନ୍ତି ପୋଲିଂ କର୍ମଚାରୀ।

ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଞ୍ଚଳର ଅଧିକାଂଶ ବୁଥରେ ଶନିବାର ଠାରୁ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବି ଦୁର୍ଗମ ଯନ୍ତ୍ରୀ ଓ ସନ୍ନ୍ୟାସୀଗୁଡ଼ାକୁ ଆଜି ମୋଟର ଲଞ୍ଚ୍ ଯୋଗେ ଯାତ୍ରା କରିଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ। ସେହିଭଳି କଳାହାଣ୍ଡିର ଭବାନୀପାଟଣା, ଧର୍ମଗଡ଼, ଗଜପତିର ମୋହନା, ରାୟଗଡ଼ାର ନିୟମଗିରି ଭଳି ଦୁର୍ଗମ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ମଧ୍ୟ ପହଞ୍ଚି ସାରିଛନ୍ତି ପୋଲିଂ ଅଧିକାରୀ। କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ଲାଗି ବୁଥ୍ ଭିତରେ ସବୁ ପ୍ରକାର ଆନୁସଙ୍ଗିକ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ପୋଲିଂ କର୍ମଚାରୀ।

Advertisment

ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ୮ଟି ଜିଲ୍ଲାରେ ମୋଟ୍ ୭ ହଜାର ୨୯୮ ପୋଲିଂ ବୁଥର ବ୍ୟବସ୍ଥା ହୋଇଛି। ତା ଭିତରୁ ୫୩୭ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ଭୋଟ୍ ପଡ଼ିବାକୁ ଥିବାରୁ ଏଥିଲାଗି ଗ୍ରହଣ କଡ଼ା ସୁରୁକ୍ଷା ବ୍ୟବସ୍ଥା କରାଯାଇଛି। ୧୭ ହଜାର ପୋଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାରମିକ ବାହିନୀ ମୁତୟନ ହୋଇଛନ୍ତି।

ସୀମାନ୍ତରେ ୫୧ଟି ବର୍ଡର ଚେକ୍ ପୋଷ୍ଟ କରାଯିବା ସହ ଚେକିଂ ଜୋରଦାର ହୋଇଛି। ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସ ବି ସଜାଗ ଥିବା କହିଛନ୍ତିପୁଲିସ୍ ଡିଜି ଅରୁଣ ଷଡ଼ଙ୍ଗୀ। ସୁରକ୍ଷାର ତଦାରଖ ଲାଗି ୬ ଶହ ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥକୁ ବୁଲି ରିପୋର୍ଟ ନେବେ।

ସେହିଭଳି ୨୧୦ଟି ଫ୍ଲାଇଂ ସ୍କ୍ୱାଡ୍ ଓ ୧୫୫ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି। ଆସନ୍ତାକାଲି ଭୋଟ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମରେ EVMଗୁଡ଼ିକୁ ସୁରକ୍ଷିତ ରଖାଯିବ। 

Odisha Election Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe