Advertisment

BJD ବିଧାୟକ ପାଣି ପିଇଦେବାରୁ ନବୀନ ନିବାସରେ ପିଟାପିଟି!

ଗଣମାଧ୍ୟମକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ବିଜେଡିକୁ ବର୍ତ୍ତମାନ ସୁଦ୍ଧା ୪ ଜଣ ବିଧାୟକ ଅଭାବ ରହିଛି। ପ୍ରେମାନନ୍ଦ, ରମେଶ ଚନ୍ଦ୍ର ସାଇଙ୍କ ପରି ଅନେକ ନେତାଙ୍କ ଯୋଗୁ ବିଜେଡିରେ ଅଭାବ ଦେଖାଦେଇଛି।

ଅଦ୍ୟତନ ହୋଇଛି
BJD

BJD

Advertisment

ନବୀନ ନିବାସରେ ପିଟାପିଟି ଲାଗିଥିବା ଚର୍ଚ୍ଚା ହେଉଛି। ବିଜେଡି ବିଧାୟକ ପାଣି ପିଇଦେବାରୁ ଏହି ମାଡ଼ପିଟ ହୋଇଥିବା ଶୁଣିବାକୁ ମିଳିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି କହିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଗଣମାଧ୍ୟମକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ବିଜେଡିକୁ ବର୍ତ୍ତମାନ ସୁଦ୍ଧା ୪ ଜଣ ବିଧାୟକ ଅଭାବ ରହିଛି। ପ୍ରେମାନନ୍ଦ, ରମେଶ ଚନ୍ଦ୍ର ସାଇଙ୍କ ପରି ଅନେକ ନେତାଙ୍କ ଯୋଗୁ ବିଜେଡିରେ ଅଭାବ ଦେଖାଦେଇଛି। ଏହାଛଡ଼ା ଆଉ କିଛି ଅଦୃଶ୍ୟ ଶକ୍ତି ପାଇଁ ମଧ୍ୟ ଅଭାବ ଦେଖାଦେଇପାରେ। ମୁଁ ଶୁଣିବାକୁ ପାଇଲି, ଗୋଟିଏ ପାଣି ଗ୍ଲାସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘରେ ବିଜେଡି ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବାଡ଼ିଆପିଟା ହୋଇଛି। ପାଣି ପିଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଛି। ଜଣେ ବିଧାୟକ ପାଣି ପିଇଦେଲେ ବୋଲି ବାଡ଼ିଆପିଟ୍‌ ଲାଗୁଛନ୍ତି। ଏଥିରୁ ସେମାନଙ୍କର ଷ୍ଟାଣ୍ଡାର୍ଡ କ’ଣ ଜଣାପଡ଼ୁଛି? ଗଣ୍ଡଗୋଳରୁ ଜଣାପଡ଼ୁଛି ଏମାନେ ବର୍ତ୍ତମାନ କେଉଁ ସ୍ଥିତିରେ ରହିଛନ୍ତି? ଏମାନଙ୍କଠାରୁ ରାଜ୍ୟବାସୀ କ’ଣ ଆଶା କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଆଗକୁ ରହିଛି ରାଜ୍ୟସଭା ନିର୍ବାଚନ। ବିଜେଡିରୁ ୩ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ଯିବା କଷ୍ଟକର ହୋଇପଡ଼ିବ। କାରଣ ବିଜେଡି ୩ ଜଣ ବିଧାୟକଙ୍କୁ ବହିଷ୍କାର କରିଥିବା ବେଳେ ଆଜି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇଛନ୍ତି। ଏପରି ସ୍ଥିତିରେ ଯଦି ଚତୁର୍ଥ ପ୍ରାର୍ଥୀ ମଇଦାନକୁ ଆସନ୍ତି, ତାହାହେଲେ ବିଜେଡି ପାଇଁ ଆହୁରି ଅଡୁଆ ବଢ଼ିବ। ଏହାକୁ ନେଇ ବିଜେଡି ଟେନ୍‌ସନ୍‌ରେ ଥିବା ବେଳେ ନବୀନ ନିବାସରେ ଗଣ୍ଡଗୋଳ ଘଟଣା ସମାଲୋଚନା କରିବା ପାଇଁ ବିରୋଧୀଙ୍କୁ ଖୋରାକ ଯୋଗାଇଛି।

Advertisment

ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

BjD Naveen Patnaik Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe