ଆଗରୁ ସାଲୁଜା ବର୍ଷିଥିଲେ। ଏବେ ଗର୍ଜିଲେ କନକ ବର୍ଦ୍ଧନ। ଜିଲ୍ଲାରେ ମୁହାଁମୁହିଁ ଅଧିକାରୀ ଓ ନେତା। ବଲାଙ୍ଗିର ଜିଲ୍ଲାରେ ଚାଲିଛି ଅଫିସର ରାଜ। ନିର୍ବାଚିତ ପ୍ରତିନିଧିଙ୍କୁ ଗୁରୁତ୍ୱ ଦେଉନାହାନ୍ତି ଅଧିକାରୀ। ବିଜେଡି ନେତାଙ୍କ କଥାରେ ଉଠବସ ହେଉଛନ୍ତି। ଅନ୍ୟ ଦଳର ନେତାଙ୍କୁ ଖାତିର କରୁ ନାହାଁନ୍ତି। ବଲାଙ୍ଗୀରରେ ଘନେଇଲା ନେତା-ଅଫିସର ବିବାଦ।