Advertisment

NCP ବନାମ NCP: ନଣନ୍ଦଙ୍କୁ ଟକ୍କର ଦେବେ ଭାଉଜ!

ଅଜିତ ପାଓ୍ୱାର ନିଜ ପତ୍ନୀ ସୁନେତ୍ରାଙ୍କୁ ବାରାମତି ଆସନରେ ଭଉଣି ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରାର୍ଥୀ କରିପାରନ୍ତି।

ଅଦ୍ୟତନ ହୋଇଛି
Supriya Sule and Ajit pawar Wife

Supriya Sule and Ajit pawar Wife

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏଥିପାଇଁ ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଜାରି ରହିଛି। ମହାରାଷ୍ଟ୍ର ବାରାମତି ଆସନରେ ଏନ୍‌ସିପି ବନାମ ଏନ୍‌ସିପି ଲଢ଼େଇ ଦେଖିବାକୁ ମିଳିପାରେ। କାରଣ ଏହି ଆସନରେ ନଣନ୍ଦଙ୍କୁ ଟକ୍କର ଦେଇପାରନ୍ତି ଭାଉଜ। ଅଜିତ ପାଓ୍ୱାର ନିଜ ପତ୍ନୀ ସୁନେତ୍ରାଙ୍କୁ ବାରାମତି ଆସନରେ ଭଉଣି ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରାର୍ଥୀ କରିପାରନ୍ତି।

Advertisment

ଯଦି ଏହି ଚର୍ଚ୍ଚା ସତ ହୁଏ ତେବେ ଆଗାମୀ ନିର୍ବାଚନରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ। ଅଜିତ ପାୱାର ଶୁକ୍ରବାର ଦିନ ଇସାରା କରିଥିଲେ ଯେ, ସେ ବାରାମତି ଆସନରେ ସୁପ୍ରିୟା ସୁଲେଙ୍କ ବିରୋଧରେ ଏଭଳି ଜଣେ ପ୍ରାର୍ଥୀଙ୍କୁ ଠିଆ କରିବେ, ଯିଏ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ।

ବାରାମତି ଆସନ ହେଉଛି ପରମ୍ପରାଗତ ରୂପେ ଶରଦ ପାଓ୍ୱାର ଓ ସୁପ୍ରିୟା ସଲେଙ୍କ ଗଡ। ୨୦୦୯ରୁ ସୁପ୍ରିୟା ସିଲେ ଏହି ଆସନରୁ ଲଗାତର ତିନି ଥର ପାଇଁ ପ୍ରତିନିଧିତ୍ୱ କରିଛନ୍ତି। ସୁପ୍ରିୟା ସୁଲେ ହେଉଛନ୍ତି ଶରଦ ପାଓ୍ୱାରଙ୍କ ଝିଅ। ସେ ବାରାମତି ଲୋକସଭାର ସଦସ୍ୟ ଅଛନ୍ତି। ତେବେ ଶୁକ୍ରବାର ନିର୍ବାଚନ ବିଗୁଲ ବଜାଇ ଅଜିତ ପାୱାର ଏହି ଅସନରେ ସୁପ୍ରିୟା ସୁଲେଙ୍କୁ ଟକ୍କର ଦେବା ପାଇଁ ଏଭଳି ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବେ ଯିଏ ପ୍ରଥମର ନିର୍ବାଚନ ଲଢ଼ିବାକୁ ଯାଉଥିବା କହିଛନ୍ତି। କିନ୍ତୁ ଏହି ଆସନରେ ସିଏ ଯାହାକୁ ଟିକେଟ୍‌ ଦେବ ତାଙ୍କୁ ବିପୁଳ ଭୋଟରଙ୍କ ସମର୍ଥନ ରହିଥିବା ଅଜିତ ପାଓ୍ୱାର କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଅଜିତ ପାଓ୍ୱାର ଆଠ ଜଣ ଅନ୍ୟ ବିଧାୟକଙ୍କ ସହ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ। ଏହାପରେ ଏନ୍‌ସିପିରେ ଫାଟ ସୃଷ୍ଟି ହୋଇଥିଲା। ନିର୍ବାଚନ ଆୟୋଗ ଶରଦ ପାୱାର ବନାମ ଅଜିତ ପାୱାର ଦଳ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ ସମସ୍ତ ଡକ୍ୟୁମେଣ୍ଟାରୀ ପ୍ରମାଣକୁ ଦେଖିବା ପରେ ଅଜିତ ପାଓ୍ୱାରଙ୍କ ଦଳକୁ ପ୍ରକୃତ ଏନ୍‌ସିପିର ମାନ୍ୟତା ଦେଇଛନ୍ତି। ଦଳର ଉଭୟ ନାମ ଏବଂ ପ୍ରତୀକ ଚିହ୍ନ ଅଜିତଙ୍କୁ ଦିଆଯାଇଛି।

NCP Ajit Pawar Loksabha Election 2024 Supriya Sule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe