Advertisment

ନାକରେ ଶ୍ୱାସନଳୀ, ହାତରେ ଅକ୍ସିଜେନ୍ ଥଳି ଧରି ଭୋଟ୍ ଦେବାକୁ ପହଞ୍ଚିଲେ ବୃଦ୍ଧା

ନାକରେ ଶ୍ୱାସନଳୀ । ହାତରେ ଅକ୍ସିଜେନ୍‌ ଥଳି। ଚାଲିବାକୁ କି କଥା କହିବାକୁ ବଳ ପାଉ ନ ଥିବା ସତ୍ତ୍ୱେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ପଛାଇ ନାହାନ୍ତି ବୃଦ୍ଧା

Old Couple

Old Couple

Advertisment

ନାକରେ ଶ୍ୱାସନଳୀ । ହାତରେ ଅକ୍ସିଜେନ୍‌ ଥଳି। ଚାଲିବାକୁ କି କଥା କହିବାକୁ ବଳ ପାଉ ନ ଥିବା ସତ୍ତ୍ୱେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ପଛାଇ ନାହାନ୍ତି ବୃଦ୍ଧା। ଭୁବନେଶ୍ୱର ରାଜଭବନ ସ୍କୁଲ୍ ବୁଥ୍‌ରେ ଆଜି ଏପରି ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।

Advertisment

ନିଜ ଅସୁସ୍ଥ ପତ୍ନୀଙ୍କୁ ଧରି ସକାଳୁ ସକାଳୁ ଭୋଟ କେନ୍ଦ୍ରରେ ପହଞ୍ଚିଥିଲେ ସୁରେନ ଝୁନଝୁନଵାଲା । ମତଦାନ ଦୁନିଆର ସବୁଠୁ ବଡ଼ ଅଧିକାର । ୫ ବର୍ଷରେ ଥରେ ପଡ଼ୁଥିବା ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜ ନେତାଙ୍କୁ ବାଛିବାକୁ ଭୋଟ୍ ଦେଇଛନ୍ତି ଦମ୍ପତ୍ତି।

ଏନେଇ ଭୋଟ ଦେବାକୁ ଅସୁସ୍ଥ ପତ୍ନୀଙ୍କୁ ଧରି ଆସିଥିବା ସୁରେନ ଝୁନଝୁନଵାଲା କହିଛନ୍ତି, ମୋ ପତ୍ନୀଙ୍କ ଶରୀର ପ୍ରାୟ ୨୫ ବର୍ଷ ହେବ ଅସୁସ୍ଥ ଅଛି। ସେ ଅକ୍ସିଜେନ ପାଇପ ସହାୟତାରେ ବଞ୍ଚିଛନ୍ତି। ଏହାସତ୍ତ୍ୱେ ଭୋଟ ଦେବାକୁ ଆମେ ଖୁବ୍‌ ଉତ୍ସାହିତ ଅଛୁ। ତେଣୁ ସକାଳୁ ସକାଳୁ ଭୋଟ ଦେବାକୁ କେନ୍ଦ୍ରକୁ ଆସିଛୁ। କାରଣ ନିଜ ଦେଶର ଭବିଷ୍ୟତ ଗଠନ ନିମନ୍ତେ ଆମେ ଠିକ୍‌ ନେତା ବାଛିବା ଉଚିତ। ତେଣୁ ଆମେ ସମସ୍ତେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭୋଟ ଦେବା ଉଚିତ।

Advertisment

ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି। ଏହାସତ୍ତ୍ୱେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଆସିଛି। କାରଣ ଏହା ମୋର ଅଧିକାର। ଭାରତର ପ୍ରତି ଜନସାଧାରଣ ନିଜ ମତାଧିକାର ସାବ୍ୟସ୍ତ କରିବା ଉଚିତ ବୋଲି ବୃଦ୍ଧାଜଣକ କହିଛନ୍ତି।

2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe