Advertisment

ମତଦାନ ବେଳେ ଅଘଟଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆଜି ସକାଳେ ବୃଦ୍ଧ ଜଣଙ୍କ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Deadbody

Deadbody

ଭୋଟ୍ ଦେବାକୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏପରି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ଈଶ୍ୱରପୁର ୧୫୯ ନଂ ବୁଥରେ। ବୃଦ୍ଧଙ୍କ ପରିଚୟ ମିଳିନାହିଁ। ତାଙ୍କୁ ୭୭ବର୍ଷ ହୋଇଥିବା ଜଣାଯାଇଛି।

Advertisment

ଆଜି ସକାଳେ ବୃଦ୍ଧ ଜଣଙ୍କ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବା ବେଳେ ଅସହ୍ୟ ଖରା ସହ ଗୁଳିଗୁଳି ହେଉଛି। ଅତ୍ୟଧିକ ଗରମ ହେତୁ ଏପରି ଅଘଟଣ ଘଟିଥିବା ଆଲୋଚନା ହେଉଛି।

Advertisment
2024 General Election Loksabha Election 2024 Odisha Assembly Election 2024