Advertisment

ମଇଦାନରେ ଓଲିଉଡ ଷ୍ଟାର; ଆଗରେ ସିଦ୍ଧାନ୍ତ, ପଛରେ ବର୍ଷା

ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ସମସ୍ତଙ୍କୁ ଚକିତ କରିଛି। ଗତ ଅଢେଇ ଦଶନ୍ଧି ଧରି ଓଡ଼ିଶାରେ ରାଜ କରୁଥିବା ବିଜେଡିକୁ ଏଥର କଡ଼ା ଟକ୍କର ଦେଉଛି ବିଜେଡି।

author-image
Niharika Rout
Sidhant Mohapatra & Barsha Priyadarshini

Sidhant Mohapatra & Barsha Priyadarshini

ଆଜି ଭୋଟ ଗଣତି ଚାଲିଥିବା ବେଳେ ପ୍ରକାଶ ପାଇନି ଫଳାଫଳ। ତେବେ ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ସମସ୍ତଙ୍କୁ ଚକିତ କରିଛି। ଗତ ଅଢେଇ ଦଶନ୍ଧି ଧରି ଓଡ଼ିଶାରେ ରାଜ କରୁଥିବା ବିଜେଡିକୁ ଏଥର କଡ଼ା ଟକ୍କର ଦେଉଛି ବିଜେଡି।

Advertisment

ଏଥର ଟିକେଟ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ବହୁ ଓଲିଉଡ ଷ୍ଟାର ପଦ୍ମ ଧରିଥିଲେ। ସେମାନଙ୍କ ମଧ୍ୟରୁ ବହୁ ଜଣ ମଇଦାନକୁ ଓହ୍ଲାଇଥିବା ବେଳେ ଆସନ୍ତୁ ଜାଣିବା ସେମାନଙ୍କ ସ୍ଥିତି କ’ଣ ଅଛି।

ଓଲିଉଡର ଚକଲେଟ ବୟ ଆକାଶ ଦାସ ନାୟକ ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ସନ୍ଧ୍ୟା ରାଣୀ ଦାସ କଡ଼ା ଟକ୍କର ଦେଉଥିବା ବେଳେ ଆକାଶ କିନ୍ତୁ ଆଗରେ ଅଛନ୍ତି। ସନ୍ଧ୍ୟା ରାଣୀ ଦାସ ହେଉଛନ୍ତି ବିଜେଡିର ପାୱାରଫୁଲ୍‌ ନେତା ବବି ଦାସଙ୍କ ମା’ । ବବି ଦାସ ଏଥର ସମ୍ବଲପୁର ଲୋକସଭା ଆସନରୁ ମଇଦାନକୁ ଓହ୍ଲାଇଛନ୍ତି। ତେବେ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବବି। ସେହିପରି ତାଙ୍କ ମା’ ବି ପଛରେ ପଡ଼ି ଯାଇଛନ୍ତି।

Advertisment

ସେହିପରି ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ଓଲିଉଡର ବର୍ଷିୟାନ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡି ଆସନରୁ ଲଢ଼ୁଛନ୍ତି। ସେ ବିଜେଡିର ବିପ୍ଲବ ପାତ୍ରଙ୍କଠାରୁ ପ୍ରାୟ ୪ ହଜାର ଭୋଟରେ ଆଗୁଆ ଅଛନ୍ତି। ବିପ୍ଲବ ହେଉଛନ୍ତି ବିଜେଡିର ପୁରୁଖା ନେତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ। ତାଙ୍କୁ ଏଥର ବିଜେଡି ମଇଦାନକୁ ଓହ୍ଲାଇଥିବା ବେଳେ ସେ କିନ୍ତୁ ସିଦ୍ଧାନ୍ତଙ୍କ ତୁଳନାରେ ପଛରେ ପଡ଼ି ଯାଇଛନ୍ତି ।

ନିଜ ଭିଣୋଇ ବବି ଦାସ ବିଜେଡିର ଜଣେ ପାୱାରଫୁଲ୍‌ ନେତା ହୋଇଥିବା ସତ୍ତ୍ୱେ ଓଲିଉଡ ଷ୍ଟାର ଅରିନ୍ଦମ ଦାସ ଟିକେଟ ଖଣ୍ଡେ ହାସଲ କରି ପାରି ନ ଥିଲେ। ଏହାପରେ ସେ ବିଜେପିମୁହାଁ ହୋଇ ସାଲେପୁର ବିଧାନସଭା ଆସନରେ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କୁ ବିଜେଡିର ପ୍ରଶାନ୍ତ ବେହେରାଙ୍କ ସହ କଡ଼ା ମୁକାବିଲା ହେଉଥିବା ବେଳେ ଆଗରେ ଅଛନ୍ତି ପ୍ରଶାନ୍ତ ବେହେରା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଥର ରାଜନୀତିରେ ଡେବ୍ୟୁ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ। ଦଳ ପୁରୁଣା ନେତା ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାଟି ଏଥର ବର୍ଷାଙ୍କୁ ବଡ଼ଚଣା ଆସନରେ ଛିଡ଼ା କରାଇଛି। ତେବେ ବଡ଼ଚଣାରେ ବିଜେପିର ଅମର ନାୟକ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବର୍ଷା।

2024 General Election Election Results Odisha Assembly Election 2024