Advertisment

କିଛି କ୍ଲିକ୍‌ କଲେ, କିଛି ଫ୍ଲପ୍‌ ହେଲେ

ଗ୍ଲାମର ଦୁନିଆର ବହୁ ଅଭିନେତା, ଅଭିନେତ୍ରୀ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କିଛି ଜଣ କ୍ଲିକ୍‌ କରିଥିବା ବେଳେ ଆଉ କିଛି ପାଲଟିଗଲେ ସୁପର ଫ୍ଲପ୍‌।

author-image
Niharika Rout
ଅଦ୍ୟତନ ହୋଇଛି
Ollywood Actors

Ollywood Actors

ଗ୍ଲାମର ଦୁନିଆର ବହୁ ଅଭିନେତା, ଅଭିନେତ୍ରୀ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କିଛି ଜଣ କ୍ଲିକ୍‌ କରିଥିବା ବେଳେ ଆଉ କିଛି ପାଲଟିଗଲେ ସୁପର ଫ୍ଲପ୍‌।

Advertisment

ଏଥର ଓଲିଉଡର ୫ ଜଣ କଂଗ୍ରେସ, ବିଜେପି ଓ ବିଜେଡିରୁ ସିଧାସଳଖ ମଇଦାନକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ବିଧାନସଭା ଓ ଜଣେ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୩ ଜଣ ବିଧାନସଭା ଆସନରେ ବିଜୟ ଲାଭ କରିଥିବା ବେଳେ ଅନ୍ୟ ଦୁଇ ଜଣ ବିଧାନସଭା ଓ ଲୋକସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି।

ଚଳିତ ନିର୍ବାଚନରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ଅରିନ୍ଦମ ରାୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ବିଜେପି ସେମାନଙ୍କୁ ବିଧାନସଭା ଟିକେଟ ଦେଇଥିଲା। ସେମାନଙ୍କ ମଧ୍ୟରୁ ସିଦ୍ଧାନ୍ତ ଓ ଆକାଶ ଜିତିଥିବା ବେଳେ ହାରି ଯାଇଛନ୍ତି ଅରିନ୍ଦମ ।ବିଜେଡିରେ ସାମିଲ ହୋଇଥିବା ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଭରସା କରି ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଳେ ସେ ବିଜେପିର ଅମର ନାୟକଙ୍କଠରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି।

Advertisment

କଂଗ୍ରେସ ଟିକେଟରେ ରାଜନୀତିରେ ଡେବ୍ୟୁ କରିଥିବା ଅଭିନେତା ମନୋଜ ମିଶ୍ରଙ୍କୁ ଦଳ ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ମାତ୍ର ସେ ଏହି ନିର୍ବାଚନ ହାରି ଯାଇଛନ୍ତି।

ସେହିପରି ପ୍ରୟୋଜକ ବାବୁ ସିଂ ବିଜେପି ପକ୍ଷରୁ ଭୁବନେଶ୍ୱର- ଏକାମ୍ର ନିର୍ବାଚନ ମଣ୍ଡଳୀ ଆସନରୁ ଛିଡ଼ା ହୋଇଥିଲେ। ଉକ୍ତ ଆସନରୁ ଛିଡ଼ା ହୋଇଥିବା ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପରାସ୍ତ କରି ବାବୁ ସିଂ ବିଜୟୀ ହୋଇଛନ୍ତି।

ସିଦ୍ଧାନ୍ତ ମହାପାତ୍ର ପୂର୍ବରୁ ଦୁଇ ଥର ବିଜେଡି ଟିକେଟରୁ ଲୋକସଭାକୁ ଯାଇଥିବା ବେଳେ ଆକାଶ ଦାସ ବି ଥରେ କୋରେଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ଅରିନ୍ଦମ ରାୟ ବିଜେଡି ଛାଡ଼ି ଏଥର ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ୁଥିବା ବେଳେ ପରାସ୍ତ ହୋଇଛନ୍ତି। ସେହିପରି ନୂଆ ନୂଆ ରାଜନୀତିରେ ପାଦ ଦେଉ ଦେଉ ଝୁଣ୍ଟିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଏଥର ପ୍ରଥମ ଥର ପାଇଁ ସେ ବିଜେଡି ଟିକେଟରୁ ବଡ଼ଚଣା ଆସନରୁ ଲଢ଼ୁଥିବା ବେଳେ ହାରର ସମ୍ମୁଖୀନ ହୋଇଛନ୍ତି।  

Election Results Odisha Assembly Election 2024 Election Results 2024