Advertisment

'ଇଣ୍ଡିଆ' ମେଣ୍ଟ ଭାଙ୍ଗି ଦେବା ଉଚିତ: ଓମାର ଅବଦୁଲ୍ଲା

ଦିଲ୍ଲୀ ନିର୍ବାଚନରେ ଆପ୍-କଂଗ୍ରେସ ମୁହାଁମୁହିଁ ହେବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଲେ ଓମାର ଅବଦୁଲ୍ଲା। ଯଦି କେବଳ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା, ଏହାକୁ ଭାଙ୍ଗିଦେବା ଉଚିତ ବୋଲି କହିଲେ।

Omar Abdullah

Omar Abdullah

Advertisment

ଦିଲ୍ଲୀ ବିଧାନସଭା ନିର୍ବଚନରେ 'ଇଣ୍ଡିଆ' ମେଣ୍ଟ ଫାଟି ଆଁ କଲାଣି। ପ୍ରଥମେ ମେଣ୍ଟର ଦୁଇ ସହଯୋଗୀ କଂଗ୍ରେସ ଓ ଆପ୍ ପରସ୍ପର ବିରୋଧରେ ଲଢ଼ିବାକୁ ଘୋଷଣା କରିଥିଲେ। ଏବେ ବିରୋଧୀ ମେଣ୍ଟର ଅନ୍ୟ ସହଯୋଗୀ ଦଳମାନେ କଂଗ୍ରେସକୁ ଏକପାଖିଆ କରି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅସନ୍ତୋଷ ଝାଡ଼ିଛନ୍ତି।

Advertisment

ଅବଦୁଲ୍ଲା କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନରେ ଯେହେତୁ ଆମେ ଅଂଶଗ୍ରହଣ କରୁନାହୁଁ, ତେଣୁ ଏ ପ୍ରସଙ୍ଗରେ ମୋର କିଛି କହିବାର ନାହିଁ। ବିଜେପିକୁ କିପରି ହରାଇବାକୁ ହେବ, ସେକଥା ଆମ୍ ଆଦମୀ ପାର୍ଟି, କଂଗ୍ରେସ ଓ ନିର୍ବାଚନ ଲଢ଼ୁଥିବା ଅନ୍ୟ ଦଳ ଗୁଡ଼ିକ ଚିନ୍ତା କରିବେ। ହେଲେ ମୋର ଯେତିକି ମନେ ଅଛି, ଇଣ୍ଡିଆ ମେଣ୍ଟର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିଲା।

ହେଲେ ଦୁର୍ଭାଗ୍ୟଭଶତଃ ଲୋକସଭା ନିର୍ବାଚନ ପରେ ମେଣ୍ଟର କୌଣସି ବୈଠକ ଅନୁଷ୍ଠିତ ହେଲା ନାହିଁ, ତେଣୁ ମେଣ୍ଟର ନେତୃତ୍ୱ, ଏଜେଣ୍ଡା କିମ୍ବା ଅସ୍ଥିତ୍ୱ ବିଷୟରେ କୌଣସି ସ୍ପଷ୍ଟତା ନାହିଁ ବୋଲି କହିଛନ୍ତି ଓମାର ଅବଦୁଲ୍ଲା। ଯଦି ଏହା କେବଳ ଗତବର୍ଷର ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା, ତେବେ ସେମାନେ ଏହାକୁ ଏବେ ଭାଙ୍ଗିଦେବା ଉଚିତ ବୋଲି ମେଣ୍ଟର ଅନ୍ୟତମ ସହଯୋଗୀ ନ୍ୟାସନାଲ୍ କନଫରେନ୍ସ ନେତା କହିଛନ୍ତି।

Advertisment
Congress Omar Abdullah AAP INDIA Alliance Delhi Election NC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe