Advertisment

ମୁଖ୍ୟମନ୍ତ୍ରୀ ହେବା ପରେ ଚର୍ଚ୍ଚାରେ ଓମାରଙ୍କ ପ୍ରଥମ ନିର୍ଦ୍ଦେଶ

୨୦୦୯ରୁ ୨୦୧୪ ଯାଏ ଓମାର ଜମ୍ମୁ-କଶ୍ମୀରରେ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାରକେଡକୁ ଟ୍ରାଫିକ ସିଗ୍ନାଲ ପାଳନ କରିବାକୁ ନିର୍ଦ୍ଦେଶ ଦେଇ ନୂଆ ଉଦାହରଣ ସୃଷ୍ଟି କରିଥିଲେ।

Omar

Omar

Advertisment

ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ର ଭାବେ ଶପଥ ନେବା ପରେ ପ୍ରଥମ ନିର୍ଦ୍ଦେଶ ଜାରି କରିଛନ୍ତି ଓମାର ଅବଦୁଲ୍ଲା। ତାଙ୍କ ଯିବା ଆସିବା ବେଳେ ପୁଲିସ୍‌ କୌଣସି ପ୍ରକାରର ଗ୍ରୀନ କରିଡର କିମ୍ବା ଟ୍ରାଫିକ ବନ୍ଦ କରିବ ନାହିଁ। ମୁଖ୍ୟମନ୍ତ୍ରୀ ଯିବା ବେଳେ ଯେମିତି ସାଧାରଣ ଲୋକ ହଇରାଣ ନ ହେବେ, ତା’କୁ ନିଶ୍ଚିତ କରିବାକୁ ସେ ପ୍ରଥମ ନିର୍ଦ୍ଦେଶରେ କହିଛନ୍ତି।

Advertisment

ଦ୍ୱିତୀୟ ଥର ପାଇଁ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ହୋଇଥିବା ଓମାର ଅବଦୁଲ୍ଲା କହିଛନ୍ତି ଯେ ଗସ୍ତ ସମୟରେ ପୁଲିସ୍‌ ଲୋକଙ୍କୁ ସାଇଡ କରିବା ପାଇଁ ବାଡ଼ି କିମ୍ବା କୌଣସି ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବ ନାହିଁ। ସେହିପରି ସେ ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ସଦସ୍ୟମାନଙ୍କୁ ମଧ୍ୟ ସମାନ ପନ୍ଥା ଆପଣାଇବାକୁ କହିଛନ୍ତି।

ସେ କହିଛନ୍ତି, “ମୁଁ ଜମ୍ମୁ-କଶ୍ମୀର ପୁଲିସ୍‌ ଡିଜିଙ୍କ ସହ କଥା ହୋଇଛି। ମୁଁ ରାସ୍ତାରେ ଯେଉଁ ଆଡ଼େ ଗଲେ ମଧ୍ୟ କୌଣସି ପ୍ରକାରର ଗ୍ରୀନ କରିଡର କିମ୍ବା ଟ୍ରାଫିକ ବନ୍ଦ ନ କରିବାକୁ କହିଛି। ମୁଁ ତାଙ୍କୁ ସାଧାରଣ ଲୋକଙ୍କ ଅସୁବିଧାକୁ ଯଥା ସମ୍ଭବ କମ କରିବାକୁ କହିଛି।

Advertisment

ସେହିପରି ସାଇରନର ବ୍ୟବହାର ମଧ୍ୟ କମ ହେବ। ବାଡ଼ି ହଲାଇବା କିମ୍ବା ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ସଂପୂର୍ଣ୍ଣ ଭାବେ ବାରଣ କରିବାକୁ ତାଙ୍କୁ କହିଛି। ମୁଁ ମୋର କ୍ୟାବିନେଟ ସହକର୍ମୀଙ୍କୁ ମଧ୍ୟ ସମାନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି। ସବୁ କିଛି ପରେ ବି ଆମ ଆଚରଣ ଲୋକାଭିମୁଖୀ ହେବା ଦରକାର। ଆମେ ଏଠାରେ ଲୋକଙ୍କ ସେବା କରିବାକୁ ଅଛୁ। ସେମାନଙ୍କୁ ହଇରାଣ କରିବା ପାଇଁ ନୁହେଁ।”

୨୦୦୯ରୁ ୨୦୧୪ ଯାଏ ଓମାର ଜମ୍ମୁ-କଶ୍ମୀରରେ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାରକେଡକୁ ଟ୍ରାଫିକ ସିଗ୍ନାଲ ପାଳନ କରିବାକୁ ନିର୍ଦ୍ଦେଶ ଦେଇ ନୂଆ ଉଦାହରଣ ସୃଷ୍ଟି କରିଥିଲେ।

ଏବେ ସେ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କ୍ଷଣି ଏପରି ନିର୍ଦ୍ଦେଶ ଜାରି କରିବା ସମସ୍ତଙ୍କୁ ଚକିତ କରିଛି। ସମସ୍ତେ ମଧ୍ୟ ଏହାର ପ୍ରଶଂସା କରୁଛନ୍ତି।

Jammu Kashmir Omar Abdullah Omar Abdullah Takes Oath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe