Advertisment

ଗୁଲାମ ନବୀ ଆଜାଦଙ୍କୁ କଡ଼ା ଜବାବ ଦେଲେ ଓମାର ଅବଦୁଲ୍ଲା

ଓମାର କହିଛନ୍ତି ଯେ ସେହି ସମୟରେ ଆମେ ୮ ମାସ ହେଲା ବନ୍ଦୀ ହୋଇ ରହିଥିଲୁ। କିନ୍ତୁ ଜମ୍ମୁ-କଶ୍ମୀରର ଏକମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଆଜାଦ ମୁକ୍ତ ଭାବେ ବୁଲୁଥିଲେ ବୋଲି ଓମାର କହିଛନ୍ତି।

author-image
Hemant Lenka
Omar

Omar

ଭେଟରାନ ରାଜନେତା ଗୁଲାମ ନବୀ ଆଜାଦଙ୍କୁ କଡ଼ା ଜବାବ ଦେଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଓମାରଙ୍କ ବାପା ଫାରୁକ ଅବଦୁଲ୍ଲାଙ୍କୁ କେନ୍ଦ୍ର ସରକାର ଅବଗତ କରାଇଥିଲେ ବୋଲି ଗୁଲାମ ଦାବି କରିଛନ୍ତି।

Advertisment

ଏହାର ଜବାବରେ ଓମାର କହିଛନ୍ତି ଯେ ସେହି ସମୟରେ ଆମେ ୮ ମାସ ହେଲା ବନ୍ଦୀ ହୋଇ ରହିଥିଲୁ। କିନ୍ତୁ ଜମ୍ମୁ-କଶ୍ମୀରର ଏକମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଆଜାଦ ମୁକ୍ତ ଭାବେ ବୁଲୁଥିଲେ ବୋଲି ଓମାର କହିଛନ୍ତି।

ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଗୁଲାମ ନବୀ ଆଜାଦ ସାଂଘାତିକ କଥା ସବୁ କହିଥିଲେ। ରାତି ସମୟରେ ଫାରୁକ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏଥିସହ ସେ ୨୦୧୯ରେ ନିଜ ଆଡ଼ୁ ଗୃହବନ୍ଦୀ ହେବାକୁ ପ୍ରସ୍ତାବ ଦେଇଥିଲେ। ଉଭୟ ଓମାର ଓ ଫାରୁକ ଶ୍ରୀନଗରେ ଗୋଟିଏ କଥା କହୁଥିବା ବେଳେ ଦିଲ୍ଲୀରେ ଆଉ ଗୋଟିଏ କଥା କହୁଥିବା ଗୁଲାମ ଦାବି କରିଥିଲେ।

Advertisment

ଏହାର ଜବାବରେ ଓମାର କହିଛନ୍ତି, “କିଏ ଆଜାଦ ଓ କିଏ ଗୁଲାମ, ସେକଥା ସମୟ କହିବ। ଲୋକମାନେ ଏହାର ନିଷ୍ପତ୍ତି ନେବେ। ବାଃରେ ଭାଇ ବାଃ। ଗୁଲାମ ନବୀ ଆଜାଦ, ଆପଣଙ୍କ ଆଜି ବଦହଜମି ହୋଇଯାଇଛି। ୨୦୧୫ରେ ଜମ୍ମୁ-କଶ୍ମୀରରୁ ରାଜ୍ୟସଭା ଯିବା ପାଇଁ ଆମକୁ ଭିକ ମାଗୁଥିବା ଗୁଲାମ କୁଆଡ଼େ ଗଲେ?

ଅବଦୁଲ୍ଲା ପରିବାର ୩୭୦ ବିଷୟରେ ଜାଣିଥିଲା, ତଥାପି ଆମକୁ ସେହି ସମୟରେ ୮ ମାସ କାଳ ବନ୍ଦୀ କରି ରଖାଯାଇଥିଲା। ଆମ ବିରୋଧରେ ପିଏସଏ ଲାଗିଥିଲା। ଅଗଷ୍ଟ ୫ ପରେ ଆପଣ ଏକମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଯିଏ ମୁକ୍ତ ଭାବେ ବୁଲୁଥିଲେ।”

Jammu Kashmir Omar Abdullah Ghulam Nabi Azad