ଶପଥ ନେଲେ ଓମାର ଅବଦୁଲ୍ଲା, ସୁରିନ୍ଦର ସିଂହ ଚୌଧୁରୀ ହେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବା ପରେ ଜମ୍ମୁ-କଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓମାର ଅବଦୁଲ୍ଲା।

Omar Abdullah (Cap)

ଓମାର ଅବଦୁଲ୍ଲା

Debibandita Barick
  • Published: Wednesday, 16 October 2024
  • Updated: 16 October 2024, 12:38 PM IST

Sports

Latest News

କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବାର 6 ବର୍ଷ ପରେ ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ। ନ୍ୟାସନାଲ କନଫରେନ୍ସ (ଏନସି) ବିଧାୟକ ଓମାର ଅବଦୁଲ୍ଲା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ସୁରିନ୍ଦର ସିଂହ ଚୌଧୁରୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଆଜି ଶ୍ରୀନଗରର ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (SKICC)ରେ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା। ଉପରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଓମାର ଅବଦୁଲ୍ଲାଙ୍କ ସମେତ ପାଞ୍ଚ ଜଣ ବିଧାୟକ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱାଧୀନ ବିଧାୟକ ସତୀଶ ଶର୍ମା ଏବଂ ଅନ୍ୟ ଚାରି ଜଣ ନ୍ୟାସନାଲ କନଫରେନ୍ସର ସାକିନୋ ଇତୋ, ଜାଭିଦ ଦାର୍,  ସୁରିନ୍ଦର ସିଂହ ଚୌଧୁରୀ ଏବଂ ଜାଭିଦ ରାଣା ଶପଥ ନେଇଛନ୍ତି। କିନ୍ତୁ କଂଗ୍ରେସ ଏନସି ସହ ମେଣ୍ଟ ଭାବେ ସରକାର ଗଠନ କରିଥିଲେ ମଧ୍ୟ ଦଳର କୌଣସି ବିଧାୟକ ଶପଥ ନେଇନାହାନ୍ତି।

ଏହି ସମାରୋହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି, ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରମୁଖ ଯୋଗ ଦେଇଥିଲେ।  

Also Read

ମୁଖ୍ୟମନ୍ତ୍ରୀ ଭାବରେ ଏହା ଓମାର ଅବଦୁଲ୍ଲାଙ୍କ ଦ୍ୱିତୀୟ ଶପଥ ଗ୍ରହଣ। କିନ୍ତୁ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିବା ପରେ ସେ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ। 2019ରେ ଜମ୍ମୁ-କଶ୍ମୀରରୁ ଧାରା 370 ଉଚ୍ଛେଦ ହୋଇଥିଲା। ଏହାପରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଗଣିତ ହୋଇଥିଲା। 

ଓମାର ଅବଦୁଲ୍ଲା 2009ରୁ 2014 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟରେ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଦୁଇ ଦଳ ଏକାଠି ଲଢିଥିଲେ ଏବଂ ମିଳିତ ଭାବେ ସରକାର ଗଠନ କରିଛନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ କୌଣସି ଜଣେ ହେଲେ ବିଧାୟକ ପ୍ରାଥମିକ ପର୍ଯ୍ୟାୟରେ ଶପଥ ନେଇନାହାନ୍ତି।

ମନ୍ତ୍ରୀ ପଦ ବଣ୍ଟନକୁ ନେଇ ମେଣ୍ଟରେ ମତାନ୍ତର ଥିବା କୁହାଯାଉଛି। କଂଗ୍ରେସକୁ ଗୋଟିଏ ମନ୍ତ୍ରୀ ପଦ ଅଫର୍ ହୋଇଥିଲେ ମଧ୍ୟ ଦଳ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ଚର୍ଚ୍ଚା ହେଉଛି। ସେପଟେ ଶପଥ ଗ୍ରହଣ ପୂର୍ବରୁ ଓମାର ଅବଦୁଲ୍ଲା କହିଥିଲେ ଯେ, ମନ୍ତ୍ରୀ ପଦ ଆବଣ୍ଟନ ନେଇ କଂଗ୍ରେସ ସହ ଆଲୋଚନା ଚାଲିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story