Advertisment

ମନା କରିଥିଲେ, କିନ୍ତୁ ଏବେ ଗାନ୍ଦେରବଲରୁ ନିର୍ବାଚନ ଲଢ଼ିବେ ଓମାର ଅବଦୁଲ୍ଲା

ସେ ୨୦୨୦ ମସିହା ଜୁଲାଇ ୨୭ରେ ଘୋଷଣା କରିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିନାହିଁ, ସେଯାଏ ନିର୍ବାଚନ ଲଢ଼ିବେ ନାହିଁ।

author-image
Hemant Lenka
Omar Abdullah

Omar Abdullah

ଜମ୍ମୁ-କଶ୍ମୀର ବିଧାନସଭା ଆସନ ପାଇଁ ଆଜି ନ୍ୟାଶନାଲ କନଫରେନ୍ସ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ କଂଗ୍ରେସ ସହ ମେଣ୍ଟ କରି ଏଠାରେ ବିଧାନସଭା ନିର୍ବାଚନ ଲଢ଼ୁଛି।

Advertisment

ଡିଲ୍‌ ଅନୁସାରେ ଏନସି ୫୧ଟି ଓ କଂଗ୍ରେସ ୩୨ଟି ଆସନରେ ପ୍ରାର୍ଥୀ ଦେବ। ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ଏନସି ପକ୍ଷରୁ ୩୨ ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରାଯାଇଛି।

ଦଳର ଘୋଷଣା ଅନୁଯାୟୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପର ସଭାପତି ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ଗାନ୍ଦେରବଲ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ। ତାଙ୍କୁ ଦଳ ଗାନ୍ଦେରବଲରୁ ପ୍ରାର୍ଥୀ କରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଓମାର ଅବଦୁଲ୍ଲା ପୂରା ରାଗି ଯାଇଥିଲେ।

Advertisment

ସେ ୨୦୨୦ ମସିହା ଜୁଲାଇ ୨୭ରେ ଘୋଷଣା କରିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିନାହିଁ, ସେଯାଏ ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ସମୟ ବିତିବା ସହ ସେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି। ଦଳ ମଧ୍ୟ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ସେ ବି ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

ଗାନ୍ଦେରବଲ ହେଉଛି ନ୍ୟାଶନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ନ୍ୟାଶନାଲ କନଫରେନ୍ସର ସଭାପତି ଶେଖ ମହମ୍ମଦ ଅବଦୁଲ୍ଲା

ପ୍ରଥମେ ୧୯୭୭ରେ ଏଠାରେ ଜିତିଥିଲେ। ଏହାପରେ ତାଙ୍କ ପୁଅ ଫାରୁକ ଅବଦୁଲ୍ଲା ୧୯୮୩, ୧୯୮୭ ଓ ୧୯୯୬ରେ ଏହି ଆସନରୁ ବିଧାନସଭାକୁ ଯାଇଥିଲେ। ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ପରବର୍ତ୍ତୀ ଅବସ୍ଥାରେ ଏଠାରୁ ୨୦୦୮ରେ ଜିତିଥିଲେ।

୨୦୧୪ରେ ଶେଖ ଇଶଫାକ ଜାବ୍ବର ଗାନ୍ଦେରବଲ ଆସନରୁ ନ୍ୟାଶନାଲ କନଫରେନ୍ସର ଟିକେଟରେ ବାଜିମାତ କରିଥିଲେ। ଏହା ପୂର୍ବରୁ ସେ ଏକାଧିକ ଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଜିତିବାକୁ ସକ୍ଷମ ହୋଇ ନଥିଲେ।

ଏହାର ଅର୍ଥ ନ୍ୟାଶନାଲ କନଫରେନ୍ସସ ପ୍ରାର୍ଥୀଙ୍କୁ ହିଁ ଏଠାରେ ଲୋକମାନେ ଭୋଟ ଦିଅନ୍ତି। ତେଣୁ ଓମାର ଅବଦୁଲ୍ଲାଙ୍କ ପଲ୍ଲା ଏଠାରେ ଭାରି ରହିଛି।

Jammu Kashmir Omar Abdullah Jammu Kashmir Assembly Election