Advertisment

Bypoll : ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ବଡ଼ ଝଟକା: ନିଜେ ଖାଲି କରିଥିବା ଆସନରେ ହାରିଲା ଦଳ

ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ଏଠାରେ ଜିତିଛି। ପିଡିପିର ଆଗା ସୟିଦ ମୁନ୍ତାଜିର ବଡ଼ଗାମ ଆସନରେ ଏନସିର ଆଗା ସୟିଦ ମହମ୍ମଦଙ୍କୁ ୪,୪୭୮ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି।

Omar

ଓମାର ଅବଦୁଲ୍ଲା

Advertisment

ଜମ୍ମୁ-କଶ୍ମୀର(Jammu And Kashmir) ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା(Omar Abdullah)ଙ୍କୁ ବଡ଼ ଝଟକା। ତାଙ୍କ ଦଳ ନ୍ୟାଶନାଲ କନଫରେନ୍ସ ଉପତ୍ୟକାର ବଡ଼ଗାମରେ ହୋଇଥିବା ଉପ ନିର୍ବାଚନରେ ପରାସ୍ତ ହୋଇଛି। ଏହି ଆସନରେ ନିଜେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗତ ବର୍ଷ ବିଜୟୀ ହୋଇଥିଲେ। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ବେଳେ ସେ ବଡ଼ଗାମ ସହ ଗାନ୍ଦେରବଲରୁ ଜିତିଥିଲେ। ତେଣୁ ତାଙ୍କୁ ବଡ଼ଗାମ ଆସନ ଖାଲି କରିବାକୁ ପଡ଼ିଥିଲା।

Advertisment

ଏହାପରେ ଏଠାରେ ଉପ ନିର୍ବାଚନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଓମାର ଏହି ଆସନ ଖାଲି କରିଥିବାରୁ ତାଙ୍କ ଦଳ ନ୍ୟାଶନାଲ କନଫରେନ୍ସ ହିଁ ଏଠାରେ ଜିତିବ ବୋଲି ସମସ୍ତେ ଆଶା କରିଥିଲେ। ୧୯୫୭ରୁ ନ୍ୟାଶନାଲ କନଫରେନ୍ସ ଏଠାରୁ ଜିତୁଥିଲା। ଏହା ଦଳର ଗଡ଼ ଭାବେ ପରିଚିତ ଥିଲା। ତଥାପି ଉପ ନିର୍ବାଚନରେ ଦଳକୁ ହାରିବାକୁ ପଡ଼ିଛି। 

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ଏଠାରେ ଜିତିଛି। ପିଡିପିର ଆଗା ସୟିଦ ମୁନ୍ତାଜିର ବଡ଼ଗାମ ଆସନରେ ଏନସିର ଆଗା ସୟିଦ ମହମ୍ମଦଙ୍କୁ ୪,୪୭୮ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ଗତବର୍ଷ ଓମାର ଅବଦୁଲ୍ଲା କଂଗ୍ରେସ ସହ ମିଶି ଜମ୍ମୁ-କଶ୍ମୀରରେ ସରକାର ଗଠନ କରିଥିଲେ। ଓମର ସରକାର ଏହା ପ୍ରଥମ ଉପ ନିର୍ବାଚନ ଥିଲା। ପ୍ରଥମ ଉପ ନିର୍ବାଚନରେ ଓମାରଙ୍କୁ ବଡ଼ ଝଟକା ଲାଗିଛି। 

Advertisment

ନାଗ୍ରୋଟା ଉପ ନିର୍ବାଚ(Bypoll)ନେ ମଧ୍ୟ ଏନସି ହାରିଛି। ବିଜେପି ଏହି ଆସନକୁ ନିଜ ପାଖରେ ପୂର୍ବଭଳି ରଖିବାକୁ ସକ୍ଷମ ହୋଇଛି। ଏଠାରେ ବିଜେପିର ଦେବୟାନି ରାଣା ୨୪,୬୪୭ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି। ଏହାପୂର୍ବରୁ ଏଠାରେ ତାଙ୍କ ବାପା ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ସିଂହ ରାଣା ଜିତି ଆସୁଥିଲେ।

ତାଙ୍କ ଦେହାନ୍ତ ପରେ ବିଜେପି ଉପ ନିର୍ବାଚନରେ ଝିଅ ଦେବୟାନିଙ୍କୁ ଟିକେଟ ଦେଇଥିଲା। ସେ ମଧ୍ୟ କାହାକୁ ନିରାଶ କରି ନାହାନ୍ତି। ସେ ଜମ୍ମୁ-କଶ୍ମୀର ନ୍ୟାଶନାଲ ପାନ୍ଥର୍ସ ପାର୍ଟି(ଜେକେଏନପିପି)ର ହର୍ଷ ଦେବ ସିଂହଙ୍କୁ ହରାଇଛନ୍ତି। ହର୍ଷ ୧୭, ୭୦୩ ଖଣ୍ଡ ଭୋଟ ପାଇଥିବା ବେଳେ ଏନସିର ଶାମିମ ବେଗମ ୧୦,୮୭୨ ଖଣ୍ଡ ଭୋଟ ପାଇଛନ୍ତି। ଦେବୟାନିଙ୍କୁ ୪୨,୩୫୦ ଖଣ୍ଡ ଭୋଟ ମିଳିଛି। 

ବଡ଼ଗାମରେ ଏନସି ପ୍ରତିଟି ନିର୍ବାଚନ ଜିତି ଆସିଥିଲା। ୧୯୭୨ରେ ଦଳ ଜମ୍ମୁ-କଶ୍ମୀର ନିବାଆଚନକୁ ବୟକଟ କରିଥିବାରୁ ଏହି ଆସନ ପାଇ ନଥିଲା। ଅବଦୁଲ୍ଲାଙ୍କ ପୂର୍ବରୁ ଏନସିର ଶ୍ରୀନଗର ସାଂସଦ ଆଗା ରହୁଲ୍ଲା ମେହଦି ଏଠାରୁ ୨୦୦୨, ୨୦୦୮ ଓ ୨୦୧୪ରେ ଜିତିଥିଲେ। ୨୦୨୪ରେ ସେ ଶ୍ରୀନଗର ଲୋକସଭା ସାଂସଦ ହୋଇଯିବାରୁ ଏଠାରୁ ବିଧାନସଭା ନିର୍ବାଚନ ଲଢ଼ି ନଥିଲେ। 

Omar Abdullah Bypoll Jammu And Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe