Advertisment

ରାହୁଲ ଗାନ୍ଧି ଓ କେଜ୍ରିୱାଲଙ୍କୁ ପାକ୍‌ ନେତାଙ୍କ ସମର୍ଥନ: ବଡ଼ କଥା କହିଲେ ମୋଦି

ସେ କହିଛନ୍ତି ଯେ “ମୁଁ ଯେଉଁ ପଦବୀରେ ରହିଛି, ସେଠାରେ ରହି ଏହା ଉପରେ ପ୍ରତିକ୍ରିୟା ଦେବା ଠିକ ନୁହେଁ। କିନ୍ତୁ ମୁଁ ଆପଣମାନଙ୍କ ଚିନ୍ତାକୁ ବୁଝି ପାରୁଛି।”

author-image
Hemant Lenka
PM Modi

PM Modi

ପାକିସ୍ତାନର ଜଣେ ନେତା ଭାରତର ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଗ୍ନିବର୍ଷୀ ଭାଷଣଙ୍କୁ ସମର୍ଥନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଠିକ ନିର୍ବାଚନ ବେଳେ ପାକିସ୍ତାନର ଜଣେ ନିର୍ଦ୍ଦିଷ୍ଟ ନେତା ଭିଡିଓ ଜାରି କରି ରାହୁଲ ଓ କେଜ୍ରିୱାଲଙ୍କୁ ସମର୍ଥନ କରୁଛନ୍ତି। ଏହାକୁ ବିଜେପି ମଧ୍ୟ ପ୍ରସଙ୍ଗ କରି ଦୁଇ ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ଘେରିବାକୁ ଆଦୌ ସୁଯୋଗ ହାତ ଛଡ଼ା କରୁନାହିଁ।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ମତ ରଖିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ତଦନ୍ତ ସାପେକ୍ଷ ପ୍ରସଙ୍ଗ ବୋଲି ମୋଦି ମତ ରଖିଛନ୍ତି। ଏଥିସହ ସେ କହିଛନ୍ତି ଯେ “ମୁଁ ଯେଉଁ ପଦବୀରେ ରହିଛି, ସେଠାରେ ରହି ଏହା ଉପରେ ପ୍ରତିକ୍ରିୟା ଦେବା ଠିକ ନୁହେଁ। କିନ୍ତୁ ମୁଁ ଆପଣମାନଙ୍କ ଚିନ୍ତାକୁ ବୁଝି ପାରୁଛି।”

Advertisment

ଦିଲ୍ଲୀରେ ଗତ ଶନିବାର ଭୋଟ ହେଉଥିବା ବେଳେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ଖୋଲାଖୋଲି ଭାବେ କେଜ୍ରିୱାଲଙ୍କୁ ସମର୍ଥନ କରିଥିଲେ। ଏହାପୂର୍ବରୁ ସେ ରାହୁଲ ଗାନ୍ଧିଙ୍କ ଗୋଟିଏ ଭିଡିଓ ଜାରି କରି ତାଙ୍କୁ ପ୍ରଶଂସା ବି କରିଥିଲେ।

ଏ ପ୍ରସଙ୍ଗରେ ମୋଦି କହିଛନ୍ତି, “ଆମ ସହ ଶତ୍ରୁତା ରଖିଥିବା ଦେଶ କାହିଁକି କିଛି ଲୋକଙ୍କୁ ପ୍ରଶଂସା କରୁଛି ମୁଁ ଜାଣିନି। କାହିଁକି ସେଠାରୁ କିଛି ଲୋକଙ୍କ ସମର୍ଥନରେ ସ୍ୱର ଉଠୁଛି?

ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଭାରତର ନିର୍ବାଚନ ଓ ଭାରତର ଗଣତନ୍ତ୍ର ବେଶ ବଳିଷ୍ଠ। ଭାରତର ପରମ୍ପରା ବେଶ ସୁଦୃଢ଼। ଭାରତୀୟ ଭୋଟର ମଧ୍ୟ ବାହ୍ୟ ଦେଶର କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଭୋଟ କରିବେ ନାହିଁ।”

ଫୱାଦ ଚୌଧୁରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରରେ ମନ୍ତ୍ରୀ ଥିଲେ। କେଜ୍ରିୱାଲ ଜେଲରୁ ଜାମିନରେ ବାହାରିବା ପରେ ସେ ତାଙ୍କର ସମର୍ଥନ କରିଥିଲେ। ସେ ଏକ୍ସରେ ପୋଷ୍ଟ କରିଥିଲେ ଯେ “ ମୋଦ ଜୀ ଆଉ ଗୋଟିଏ ଯୁଦ୍ଧ ହାରିଗଲେ। କେଜ୍ରିୱାଲ ଖଲାସ ହେଲେ। ଏହା ଭାରତ ପାଇଁ ଭଲ ଖବର।”

ସେ ପରବର୍ତ୍ତୀ ପୋଷ୍ଟରେ କେଜ୍ରିୱାଲ ଓ ତାଙ୍କ ପରିବାର ଲୋକ ଭୋଟିଂ ଦେବାର ଫଟୋକୁ ଶେୟେର କରିଥିଲେ। ସେ ଲେଖିଥିଲେ, “ଶାନ୍ତି ଓ ସୌହାର୍ଦ୍ଦ୍ୟ ସମ୍ଭବତଃ ଘୃଣା ଓ ଆତଙ୍କବାଦର ଫୋର୍ସକୁ ହରାଇବ।”

ଏହା ଉପରେ ଜବାବ ଦେଇ କେଜ୍ରିୱାଲ କହିଥିଲେ, “ଚୌଧୁରୀ ସାହେବ। ମୁଁ ଓ ଆମ ଦେଶ ନିଜର ସମସ୍ୟା ସମାଧାନ କରିବାକୁ ସକ୍ଷମ। ଆମେ ଆପଣଙ୍କ ଟ୍ୱିଟ ଚାହୁଁନାହୁଁ। ବର୍ତ୍ତମାନ ପାକିସ୍ତାନ ଗୋଟିଏ ଭୟଙ୍କର ଦେଶ। ଆମ ଆମ ଦେଶକୁ ଚଳାଇ ପାରିବୁ।”

PM Modi Lok Sabha Election 2024