Advertisment

ମୋଦିଙ୍କ ରେଡ ଡାଏରୀ ବନାମ ଅଶୋକ ଗେହଲଟଙ୍କ ନାଲି ଟମାଟୋ ବୟାନକୁ ନେଇ ଚର୍ଚ୍ଚା

ଡାଏରୀରେ ଥିବା ଗୁପ୍ତ କଥା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ଆସନ୍ତା ବିଧାନସଭା ନିର୍ବାଚନରେ ବର୍ବାଦ କରି ଦେବ ବୋଲି ମୋଦି ଦାବି କରିଛନ୍ତି। ମୋଦିଙ୍କ ଏହି ରେଡ୍‌ ଡାଏରୀ ସମାଲୋଚନାର ଜବାବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ଅନ୍ଦାଜରେ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଅବସ୍ତାବ ଓ କାଳ୍ପନିକ ରେଡ୍‌ ଡାଏରୀକୁ ଦେଖିପାରୁଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ରାଜସ୍ଥାନ ରାଜନୀତିରେ ରେଡ୍‌ ଡାଏରୀ ସସପେନ୍ସକୁ ନେଇ ହଟଚମଟ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି। ଡାଏରୀରେ ଥିବା ଗୁପ୍ତ କଥା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ଆସନ୍ତା ବିଧାନସଭା ନିର୍ବାଚନରେ ବର୍ବାଦ କରି ଦେବ ବୋଲି ମୋଦି ଦାବି କରିଛନ୍ତି।

Advertisment

ମୋଦିଙ୍କ ଏହି ରେଡ୍‌ ଡାଏରୀ ସମାଲୋଚନାର ଜବାବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ଅନ୍ଦାଜରେ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଅବସ୍ତାବ ଓ କାଳ୍ପନିକ ରେଡ୍‌ ଡାଏରୀକୁ ଦେଖିପାରୁଛନ୍ତି। କିନ୍ତୁ ସେ ନାଲ ଟମାଟୋ ଓ ରେଡ୍‌ ସିଲିଣ୍ଡର୍‌ର ଆକାଶଛୁଆଁ ଦରକୁ ଦେଖିପାରୁ ନାହାନ୍ତି। ଦରବୃଦ୍ଧି ରୋଷେଇ ଘରର ବଜେଟକୁ ପ୍ରଭାବିତ କରିଥିବା ଗେହଲଟ କହିଛନ୍ତି।

ରାଜସ୍ଥାନର ସିକାରରେ ଆୟୋଜିତ ରାଲିରେ ପ୍ରାଧାନମନ୍ତ୍ରୀ ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରେମର ଦୋକାନ ନାରାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଲୁଟର ଦୋକାନ ଓ ମିଛିର ଦୋକାନର ଉତ୍ପାଦ ଗୁଡ଼ିକ ଏବେ ରେଡ ଡାଏରୀରେ ରହିଛି। କୁହାଯାଉଛି ଯେ କଂଗ୍ରେସ କରିଥିବା ଦୁର୍ନୀତିର ଗୁପ୍ତ ତଥ୍ୟ ସେଥିରେ ରହିଛି।

Advertisment

ନିର୍ବାଚନ ବେଳେ ଏହି ଡାଏରୀ କଂଗ୍ରେସକୁ ତଳିତଳାନ୍ତ କରି ଦେବ।” ପ୍ରଧାନମନ୍ତ୍ରୀ ନିଯୁକ୍ତି ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ମଧ୍ୟ ଅଶୋକ ଗେହଲଟଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଏହାର ଜବାବ ଗେହଲଟ ରଖିଛନ୍ତି। ସେ କହିଛନ୍ତି, “ରେଡ ଡାଏରୀ କେବେଳ ଗୋଟିଏ କଳ୍ପନା। କୌଣସି ପ୍ରକାରର ରେଡ୍‌ ଡାଏରୀ ନାହିଁ। ସେ(ମୋଦି) ରେଡ ଡାଏରୀ ଦେଖିପାରୁଛନ୍ତି। କିନ୍ତୁ ରେଡ ସିଲିଣ୍ଡର ଓ ରେଡ୍‌ ଟମାଟୋ ଦେଖିପାରୁ ନାହାନ୍ତି। ଦରବୃଦ୍ଧି ଯୋଗୁ ଲୋକଙ୍କ ମୁହଁ ନାଲି ପଡ଼ି ଯାଇଛି। ହେଲେ ଏହାକୁ ମଧ୍ୟ ସେ ଦେଖିପାରୁ ନାହାନ୍ତି। ନିର୍ବାଚନରେ ଲୋକମାନେ ତାଙ୍କୁ ନିଶ୍ଚିତ ନାଲି ପତାକା ଦେଖାଇବେ।”

ରେଡ୍‌ ଡାଏରୀ ପ୍ରସଙ୍ଗ ପ୍ରଥମେ ରାଜ୍ୟସଭା ବିଧାନସଭାରେ ଉଠିଥିଲା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିବା କଂଗ୍ରେସ ବିଧାୟକ ରାଜେନ୍ଦ୍ର ସିଂହ ଗୁଧା ରେଡ୍‌ ଡାଏରୀ ଦେଖାଇଥିଲେ। ଏହି ରେଡ ଡାଏରୀରେ ଗେହଲଟ ସରକାରଙ୍କ ଦୁର୍ନୀତି ଗୁମର ରହିଥିବା କହିଥିଲେ। ଏହାକୁ ଆଧାର କରି ବିରୋଧୀ ବିଜେପି ଗେହଲଟ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛି।

PM Modi Ashok Gehlot Rajasthan