କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କଂଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ଟି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୩ତାରିଖରେ କଂଟାମାଳ ବିଧାନସଭା ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ମତଦାନ ହେବ । ଏନେଇ ଉକ୍ତ ଦୁଇ ବୁଥର ସମସ୍ତ ଭୋଟର ଓ ନିର୍ବାଚନମଣ୍ଡଳୀର ସମସ୍ତ ପ୍ରାର୍ଥୀମାନଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୩ତାରିଖ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଏହାସହିତ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ କଂଟାମାଳ ବିଧାନସଭା ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଭାବେ ନିର୍ବାଚନ କମିଶନ ନିଯୁକ୍ତି ଦେଇଛନ୍ତି ।
Also Read
ସୂଚନାଯୋଗ୍ୟ, ଗତକାଲି ୨୦ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା । ତେବେ ଏହି ଦୁଇ ବୁଥରେ ମତଦାନକୁ ନେଇ ଅଭିଯୋଗ ହେବାପରେ ନିର୍ବାଚନ କମିଶନ ଅନୁରୂପ ନିଷ୍ପତ୍ତି ନେଇଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିପଦରେ ସୁଜାତାଙ୍କ ଭବିଷ୍ୟତ: ଉପନିର୍ବାଚନ ପାଇଁ ବାଟ ଖୋଜୁଛି କି ବିଜେଡି, ଉତ୍ତରାଧିକାରୀ ହେବ କିଏ?
ଦଳର ନିର୍ବାଚିତ ବିଧାୟିକା ସୁଜାତା ସାହୁଙ୍କୁ ଗୁରୁତ୍ୱହୀନ କରି ଓ ତାଙ୍କର ଭବିଷ୍ୟତକୁ ବିପଦରେ ପକାଇ ବବି ରାଜ୍ୟସ୍ତରୀୟ ନେତାମାନଙ୍କୁ ନେଇ ଯାଜପୁରରେ ମାତ୍ର ୩ମାସ ବ୍ୟବଧାନରେ ଯେଉଁ ଦୁଇଟି କାର୍ଯ୍ୟକ୍ରମ କରିଛନ୍ତି ତାହା ସାଧାରଣରେ ଗ୍ରହଣୀୟ ହୋଇପାରିନଥିବା ଜଣାପଡ଼ିଛି ।

Politics
୩୮୭୯ କୋଟି ଟଙ୍କାର ୧୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ: ୧୧ ଜିଲ୍ଲାରେ ୧୦୫୮୪ ନୂଆ ନିଯୁକ୍ତି ସୁଯୋଗ
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ବୈଠକରେ ପ୍ଲାଷ୍ଟିକ, ଟେକ୍ସଟାଇଲ, ଇଲୋକ୍ଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ ଓ କେମିକାଲ ଆଦି କ୍ଷେତ୍ରର ୧୭ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

Politics
ଏକ ବର୍ଷର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ: “ଜନସେବା ପାଇଁ ୨୪ବର୍ଷ ନୁହେଁ, ୨୪ ମିନିଟ୍ ଯଥେଷ୍ଟ”
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୨୪ ଜୁନ୍ ୧୨ ତାରିଖରେ ଶପଥ ଗ୍ରହଣ କରିଥିବା ତାଙ୍କ ସରକାର ବିଗତ ବର୍ଷକ ମଧ୍ୟରେ ଦଳ ପକ୍ଷରୁ ପ୍ରସ୍ତୁତ ସଂକଳ୍ପପତ୍ରରେ ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ଟି ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି । ସରକାର ନିଜର ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ସଂକଳ୍ପପତ୍ର ମଧ୍ୟରୁ ଯେଉଁ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିଛନ୍ତି ।

Politics
ମାନସ ମଙ୍ଗରାଜ ହଟହଟା: ମାଡ଼ ଭୟରେ ଶଙ୍ଖଭବନରୁ ପଳାଇଲେ, ବୈଠକରେ ସାମିଲ ହେଲେନି
ଶଙ୍ଖଭବନରେ ଦଳର ଜନଜାଗରଣ ଅଭିଯାନ ତଥା ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକରେ ଯୋଗ ଦେବାକୁ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଆସିଥିଲେ । ସେ ଶଙ୍ଖଭବନ ପରିସରରେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଦଳର ଯୁବ-ଛାତ୍ର ସଂଗଠନର ଆଗଧାଡ଼ିର କିଛି କର୍ମକର୍ତ୍ତା ସିଧାସଳଖ ତାଙ୍କ ନାଁ ନେଇ ହୋ-ହାଲ୍ଲା କରିଥିଲେ । ଦଲାଲ- ଦଲାଲ- ହାଏହାଏ- ଭଳି ଶବ୍ଦରେ ଶଙ୍ଖଭବନ ପ୍ରକମ୍ପିତ ହୋଇଥିଲା ।

Politics
ବିଜେଡିକୁ ବିଦ୍ରୋହ ଭୟ: ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ ଡାକିଲା, ପୁଣି ଲୁଚାଛପାରେ ପ୍ରସ୍ତୁତ ହେଲା ତାଲିକା
ରାଜ୍ୟରେ ପ୍ରଥମ ବିଜେପି ସରକାରର ବର୍ଷପୂର୍ତ୍ତି ପାଳନ ପାଇଁ ବ୍ୟାପକ ଆୟୋଜନ ଚାଲିଥିବାବେଳେ ଲୋକଲଜ୍ଜା ଭୟରେ ଓ ଅସ୍ତିତ୍ୱ ରକ୍ଷା ପାଇଁ ବିଜେଡି ନିଜର କର୍ମକର୍ତ୍ତା ସମ୍ମିଳନୀ ଡାକିଥିବା ଜଣାପଡ଼ିଛି ।