Advertisment

‘ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉ’

'ପରିକ୍ରମା ପ୍ରୋଜେକ୍ଟରେ ୪୨୦୦ କୋଟିର ବଜେଟ ରାଜ୍ୟ ରଜକୋଷରୁ ସରକାର ଖର୍ଚ୍ଚ କଲେ। ଦକ୍ଷିଣ ଭାରତୀୟ ଆର୍କିଟେକଚର୍ ଭୂମିପୁତ୍ରକୁ ସରକାର ଦାୟିତ୍ଵ ଦେଲେ ବୋଲି ରାଜ୍ୟ ସରକାର କହିଲେ । ମାତ୍ର ସେହି ସଂସ୍ଥାର ୱେବସାଇଟରେ କିଛି ମଧ୍ୟ ସଠିକ୍ ତଥ୍ୟ ଦିଆଗଲା ନାହିଁ ।'

Advertisment

ରାଜ୍ୟ ସରକାରଙ୍କୁ ଆଜି କଡ଼ା ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି, ଜଗନ୍ନାଥ ପରିକ୍ରମା ପ୍ରୋଜେକ୍ଟରେ ୪୨୦୦ କୋଟିର ବଜେଟ ରାଜ୍ୟ ରଜକୋଷରୁ ସରକାର ଖର୍ଚ୍ଚ କଲେ। ଦକ୍ଷିଣ ଭାରତୀୟ ଆର୍କିଟେକଚର୍ ଭୂମିପୁତ୍ରକୁ ସରକାର ଦାୟିତ୍ଵ ଦେଲେ ବୋଲି ରାଜ୍ୟ ସରକାର କହିଲେ । ମାତ୍ର ସେହି ସଂସ୍ଥାର ୱେବସାଇଟରେ କିଛି ମଧ୍ୟ ସଠିକ୍ ତଥ୍ୟ ଦିଆଗଲା ନାହିଁ । ରାଜ୍ୟ ସରକାର ଏବଂ ସାନ ବାବୁ ଯିଏକି ବଡ଼ ବାବୁ ହେବାକୁ ବିଫଳ ଚେଷ୍ଟା କରୁଛନ୍ତି ତାଙ୍କୁ ପ୍ରଶ୍ନ, କାହିଁକି ଏଏସଆଇର ୧୯୫୮ ଆକ୍ଟରେ ଥିବା ନିୟମକୁ ଉଲଂଘନ କରି ଶହେ ମିଟର ପରିଧି ମଧ୍ୟରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ନେଇ କାମ ଆରମ୍ଭ କରି ସଂସ୍ଥାର ୱେବସାଇଟରେ ଭୁଲ DPR ଦେଲେ । ପୁରୀ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି କାହିଁକି ତିଆରି କରାଗଲାନି DPR । 

Advertisment
Odisha Bjp Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe