Advertisment

ପୁଣି ଥରେ ଚର୍ଚ୍ଚାକୁ ଆସିଲା ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗ

କଳୀକେଶ ସିଧା ବିଜେପି ସରକାରକୁ ଆକ୍ଷେପ କରି କହିଛନ୍ତି, ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତ। ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। କଂଗ୍ରେସ ମଧ୍ୟ ଆରୋପ ଲଗାଇଛି, ବିଜେପି ବିରୋଧୀ ଦଳରେ ଥିବାବେଳେ ଆନ୍ଦୋଳନକୁ ସମର୍ଥନ କରୁଥିଲା।

Assemble

Assemble

Advertisment

ପୁଣି ଥରେ ଚର୍ଚ୍ଚାରେ ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗ। ଓଡ଼ିଶାର କୌଣସି ଯାଗାରେ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଉତ୍ତର ରଖିବା ପରେ ତେଜିଛି ରାଜନୀତି। ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଏହା ବିଶ୍ୱାଘାତକତା ବୋଲି ବିଜେଡି କହିଛି। ଆଉ ବିଜେଡି ସାଙ୍ଗରେ ସ୍ୱର ମିଳାଇଛି କଂଗ୍ରେସ। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ହାଇକୋର୍ଟ ବେଞ୍ଚ ଦାବି ଯଥାର୍ଥ ବୋଲି କହିଛନ୍ତି।

Advertisment

ଆଜି ବିଧାନସଭାରେ ବଲାଙ୍ଗିରରେ ହାଇକୋର୍ଟର ସର୍କିଟ୍ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ବିଜେଡି ବିଧାୟକ କଳୀକେଶ ସିଂହଦେଓ କରିଥିଲେ। ଏହା ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏ ସଂପର୍କିତ ଆସିଥିବା ରାୟ ଅନୁସାରେ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଯଥାର୍ଥତା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତର ପରେ ତେଜିଛି ରାଜନୀତି।

କଳୀକେଶ ସିଧା ବିଜେପି ସରକାରକୁ ଆକ୍ଷେପ କରି କହିଛନ୍ତି, ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତ। ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। କଂଗ୍ରେସ ମଧ୍ୟ ଆରୋପ ଲଗାଇଛି, ବିଜେପି ବିରୋଧୀ ଦଳରେ ଥିବାବେଳେ ଆନ୍ଦୋଳନକୁ ସମର୍ଥନ କରୁଥିଲା। ହେଲେ କ୍ଷମତାକୁ ଆସିବା ପରେ ବଦଳି ଗଲା। ସେପଟେ ଖୋଦ୍ ଶାସକ ଦଳର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଅଟଳ ରହିଛନ୍ତି। ତେଣେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଏ ପ୍ରସଙ୍ଗରେ ଅଧିକ ବିଚାର ବିମର୍ଶର ଆବଶ୍ୟକତା ରହିଛି। ତା’ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ରାଜ୍ୟରେ ଏକ ଚର୍ଚ୍ଚିତ ଓ ପୁରୁଣା ଦାବି। ଗତ ବିଜେଡି ସରକାର ଅମଳରେ ଏ ପ୍ରସଙ୍ଗକୁ ନେଇ ଟାଳଟୁଳ ନୀତି ଅବଲମ୍ବନ ହେବାରୁ ଆଇନଜୀବୀଙ୍କ ଆନ୍ଦୋଳନର ନିଆଁ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଯାଏଁ ବ୍ୟାପି ଯାଇଥିଲା। ତେବେ ଗତ ୨୦୨୨ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟଙ୍କ ରାୟ ସେ ନିଆଁକୁ ଥଣ୍ଡା ପକାଇ ଦେଇଥିଲା।

ସୁପ୍ରିମକୋର୍ଟ କହିଥିଲେ, ଏବେ ଟେକ୍ନୋଲୋଜିର ଯୁଗ। ଅନଲାଇନ ଯୋଗେ କୌଣସି ଏକ ଜିଲ୍ଲା କୋର୍ଟରୁ ହାଇକୋର୍ଟ ପାଇଁ କେସ୍‌ ଫାଇଲ୍‌ ହୋଇପାରିବ। ଭର୍ଚୁଆଲରେ ଶୁଣାଣି ହୋଇପାରିବ। ତେଣୁ କୌଣସି ସ୍ଥିତିରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦରକାର ନାହିଁ। ଆଉ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ, ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ କହିଥିବା ଉତ୍ତର ଦେବା ପରେ ବିଭିନ୍ନ ଓକିଲ ସଂଘଙ୍କ ପକ୍ଷରୁ ଆସୁଛି ପ୍ରତିକ୍ରିୟା।

BjD Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe