Advertisment

ସଂସଦର ବିଶେଷ ଅଧିବେଶନ: ଆସିପାରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍‌

କେନ୍ଦ୍ର ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବିଲ୍‌ ସଂସଦର ବିଶେଷ ଅଧିବେଶନ ଆଣିପାରନ୍ତି।

One Nation

One Nation

Advertisment

ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ବିଶେଷ ଅଧିବେଶନ ବସିବ। ଆଜି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେବା ପରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କେହି କେହି ଆଗୁଆ ଲୋକସଭା ନିର୍ବାଚନ କଥା କହୁଥିବା ବେଳେ ଆଉ କେହି ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ସରକାର ଏପରି ଅଧିବେଶନ ଡାକିଥିବା ରିପୋର୍ଟ ପ୍ରକାଶ କରୁଛନ୍ତି।

Advertisment

କିନ୍ତୁ ଏବେ ଆସିଥିବା ତଥ୍ୟ ଅନୁସାରେ, କେନ୍ଦ୍ର ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବିଲ୍‌ ସଂସଦର ବିଶେଷ ଅଧିବେଶନ ଆଣିବେ। ପୂର୍ବରୁ ଅନେକ ଥର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କଥା ଦେଶରେ ଉଠିଛି। ଉଭୟ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ମଧ୍ୟ ପ୍ରସ୍ତାବ ମିଳିଥିଲା।

ତେବେ ଏହାଦ୍ୱାରା ସମ୍ମୁଖୀନ ହେବାକୁ ଥିବା ସମ୍ଭାବ୍ୟ ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଭାରତର ଆଇନ କମିଶନ ତର୍ଜମା କରିଥିଲେ। ଏବେ ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କଥାକୁ ବାସ୍ତବ ରୂପ ଦେବାକୁ ବିଲ୍‌ ଆଣିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ବର୍ତ୍ତମାନ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଧାର୍ଯ୍ୟ କାର୍ଯ୍ୟକାଳ ଶେଷ ହେବା ପରେ ହିଁ ଅନୁଷ୍ଠିତ ହେଉଛି। ପ୍ରତିବର୍ଷ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଲୋକସଭା ପାଇଁ ମଧ୍ୟ ଅନ୍ୟ ସମୟରେ ଲୋକମାନେ ଭୋଟ ଦେଇଛନ୍ତି। ଏହାକୁ ସାଧାରଣ ଭାବେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବୋଲି କୁହାଯାଉଛି। କିନ୍ତୁ ଗୋଟିଏ ଥରରେ ଲୋକମାନେ ପୂରା ଦେଶରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଦେବା ସପକ୍ଷରେ ସରକାର ରହିଥିବା ଜଣାପଡ଼ିଛି।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍‌ ଯଦି ସଂସଦରେ ଆସେ ଓ ଏହା ପାରିତ ହୋଇଯାଏ, ତା’ହେଲେ ଲୋକମାନେ ଗୋଟିଏ ଦିନରେ ବିଧାନସଭା ଓ ଲୋକସଭା ପାଇଁ ମତଦାନ କରିବେ। 

ସେପ୍ଟେମ୍ବର ୧୮ରୁ ୨୨ ଯାଏ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟରରେ(ଏବେ ଏକ୍ସ) ସୂଚନା ଦେଇଥିଲେ। ସେ କହିଥିଲେ, “ସଂସଦର ସ୍ୱତନ୍ତ୍ର ଅଧିବେଶନ(୧୭ତମ ଲୋକସଭାର ୧୩ତମ ଅଧିବେଶନ ଓ ରାଜ୍ୟସଭାର ୨୬୧ତମ ଅଧିବେଶନ) ସେପ୍ଟେମ୍ବର ୧୮ରୁ ୨୨ ଯାଏ ଡକା ଯାଉଛି। ଏଥିରେ ୫ଟି କାର୍ଯ୍ୟ ଦିବସ ରହିବ। ଅମୃତ କାଳରେ ବସିବାକୁ ଯାଉଥିବା ଅଧିବେଶନରେ ଗଠନ ମୂଳକ ଆଲୋଚନା ଓ ବିତର୍କ ହେବେ ବୋଲି ଆଶା।”

Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe